Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ekamra Residency: ଆଜିଠୁ ଆରମ୍ଭ ଏକାମ୍ର ରେସିଡେନ୍ସି ଫ୍ଲାଟ୍‌ ବୁକିଂ , UAN ମାଧ୍ୟମରେ ଆବେଦନ ପରେ ଲଟେରିରେ ହେବ ଆବଣ୍ଟନ

ଭୁବନେଶ୍ୱର: ଭୁବନେଶ୍ୱର ସୁବୁଦ୍ଧିପୁରସ୍ଥିତ ବିଡିଏର ଏକାମ୍ର ରେସିଡେନ୍ସି ପ୍ରକଳ୍ପରେ ଫ୍ଲାଟ୍‌ ବୁକିଂ ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ। ବୁକିଂ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ୟୁନିକ୍‌ ଆକାଉଣ୍ଟ ନମ୍ବର (UAN) ବ୍ୟବସ୍ଥା କରାଯାଇଛି। ପ୍ରକଳ୍ପରେ ୭୦୪ଟି ଫ୍ଲାଟ୍‌ ଥିବା ସୂଚନା ମିଳିଛି।

ଆବେଦନକାରୀଙ୍କୁ ପ୍ରଥମେ ବିଡିଏର ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ କରି UAN ପାଇଁ ଆବେଦନ କରିବାକୁ ହେବ। ଏଥିପାଇଁ ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ସମେତ ଆବଶ୍ୟକ ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ। UAN ମିଳିବା ପରେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଫ୍ଲାଟ୍‌ ବୁକିଂ ପାଇଁ ଆବେଦନ କରିହେବ।

ଗୋଟିଏ ପରିବାରରୁ କେବଳ ଜଣେ ସଦସ୍ୟ ଆବେଦନ କରିପାରିବେ। UAN ମାଧ୍ୟମରେ ଏକାଧିକ ଆବେଦନ ହେଲେ ତାହା ଚିହ୍ନଟ କରାଯାଇପାରିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ସ୍ୱଚ୍ଛ ଓ ପାରଦର୍ଶୀ ଲଟେରି ମାଧ୍ୟମରେ ଫ୍ଲାଟ୍‌ ଆବଣ୍ଟନ କରାଯିବ। ସରକାରଙ୍କ ଉଦ୍ଦେଶ୍ୟ ଆବଶ୍ୟକତା ଥିବା ଅଧିକ ଲୋକଙ୍କୁ ଏହି ଆବାସ ଯୋଜନାର ସୁଯୋଗ ଦେବା ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିବା ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories