Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kuno Cheetah: ଭାରତରେ ଜନ୍ମିତ ଚିତା ଦେଲା ୪ ଛୁଆ, କୁନୋରେ ‘ପ୍ରୋଜେକ୍ଟ ଚିତା’କୁ ମିଳିଲା ନୂଆ ଆଶା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତରେ ଜନ୍ମିତ ଏକ ମାଈ ଚିତା ୪ଟି ଛୁଆ ଜନ୍ମ ଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ‘ପ୍ରୋଜେକ୍ଟ ଚିତା’ ଚାରି ବର୍ଷ ପୂରଣ କରିବାର ଗୋଟିଏ ଦିନ ପରେ ଏହି ଖୁସି ଖବର ସାମ୍ନାକୁ ଆସିଛି। କେଜିପି୧୨ ନାମକ ଭାରତରେ ଜନ୍ମିତ ମାଈ ଚିତା ୪ଟି ଛୁଆ ଜନ୍ମ ଦେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭୂପେନ୍ଦ୍ର ଯାଦବ କହିଛନ୍ତି, ୪ ବର୍ଷରେ ୪ଟି ନୂଆ ଜୀବନର ଜନ୍ମ ‘ପ୍ରୋଜେକ୍ଟ ଚିତା’ ପାଇଁ ଆଶା ଓ ସଂରକ୍ଷଣ ପ୍ରୟାସର ସଫଳତାର ପ୍ରତୀକ। ଭାରତରେ ବିଶ୍ୱର ଦ୍ରୁତତମ ସ୍ଥଳଚର ପ୍ରାଣୀ ଚିତାକୁ ୧୯୫୨ ମସିହାରେ ବିଲୁପ୍ତ ଘୋଷଣା କରାଯାଇଥିଲା। ଏହାପରେ ଦେଶରେ ଚିତାଙ୍କୁ ପୁଣିଥରେ ସ୍ଥାପିତ କରିବା ପାଇଁ ଚାଲିଥିବା ଅଭିଯାନରେ କୁନୋ ଜାତୀୟ ଉଦ୍ୟାନ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।

୨୦୨୨ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ୮ଟି ବନ୍ୟ ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ ଛାଡ଼ି ‘ପ୍ରୋଜେକ୍ଟ ଚିତା’ର ଶୁଭାରମ୍ଭ କରିଥିଲେ। ଏବେ ଭାରତରେ ଜନ୍ମିତ ମାଈ ଚିତା ୪ଟି ଛୁଆ ଜନ୍ମ ଦେବା ଏହି ସଂରକ୍ଷଣ ଅଭିଯାନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories