Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

iPhone 18 Pro: ପତ୍ନୀଙ୍କ ପାଇଁ ନୂଆ ଆଇଫୋନ୍‌ କିଣିବାକୁ ସୁନା ବିକିଦେଲେ ଦିଲ୍ଲୀ ଯୁବକ, ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ: ଭାରତୀୟ ବଜାରରେ iPhone 18 Pro ବିକ୍ରି ଆରମ୍ଭ ହେବା ପରେ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଜୋରଦାର ଉତ୍ସାହ ଦେଖାଦେଇଛି। ଦିଲ୍ଲୀର ନୋଏଡାସ୍ଥିତ ଡିଏଲ୍‌ଏଫ୍‌ ମଲ୍‌ ଅଫ୍‌ ଇଣ୍ଡିଆର ଆପଲ୍‌ ଷ୍ଟୋର୍‌ ବାହାରେ ସକାଳୁ ଗ୍ରାହକଙ୍କ ଲମ୍ବା ଲାଇନ୍‌ ଲାଗିଥିଲା। ଷ୍ଟୋର୍‌ ସକାଳ ୮ଟାରେ ଖୋଲିବା ପୂର୍ବରୁ ମଧ୍ୟ ଅନେକ ଲୋକ ନୂଆ ଆଇଫୋନ୍‌ କିଣିବା ପାଇଁ ଅପେକ୍ଷା କରିଥିଲେ।

ଏହି ଲାଇନ୍‌ରେ ଥିବା ଜଣେ ଦିଲ୍ଲୀ ବାସିନ୍ଦା କହିଥିଲେ ଯେ, ସେ ତାଙ୍କ ପତ୍ନୀଙ୍କ ପାଇଁ iPhone 18 Pro କିଣିବାକୁ ଆସିଛନ୍ତି। ତାଙ୍କ ପତ୍ନୀ ବର୍ଗଣ୍ଡି ରଙ୍ଗର ଆଇଫୋନ୍‌ ଚାହୁଁଥିବାରୁ ସେ ଏହି ମଡେଲ୍‌ କିଣିବାକୁ ନିଷ୍ପତ୍ତି ନେଇଥିବା କହିଥିଲେ। ବିଶେଷ କଥା ହେଉଛି, ତାଙ୍କ ପତ୍ନୀ ପୂର୍ବରୁ ଆଇଫୋନ୍‌ ବ୍ୟବହାର କରୁନଥିଲେ ଏବଂ ତାଙ୍କୁ ଏକ ନୂଆ ଫୋନ୍‌ ଉପହାର ଦେବାକୁ ସେ ଚାହୁଁଥିଲେ।

ତେବେ ଏହି ଫୋନ୍‌ କିଣିବା ପାଇଁ ସେ ସୁନା ବିକ୍ରି କରିଥିବା ମଧ୍ୟ କହିଛନ୍ତି। ତାଙ୍କ କହିବା ଅନୁସାରେ, ପୂର୍ବରୁ ଏହି ଫୋନ୍‌ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ଏବେ ସୁଯୋଗ ମିଳିଥିବାରୁ ସେ ପତ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ସୁନା ବିକି iPhone 18 Pro କିଣିବାକୁ ଆସିଥିବା କହିଛନ୍ତି। ନୂଆ ଆଇଫୋନ୍‌ ପାଇଁ ଗ୍ରାହକଙ୍କ ଏଭଳି ଉତ୍ସାହ ଲଞ୍ଚ୍‌ ପରେ ଏହାର ଚାହିଦାକୁ ନେଇ ଚର୍ଚ୍ଚା ବଢ଼ାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories