ବଲଧିଆମାଲ ଠାରେ ଓଡିଶୀ ଇଭି ଶୋ ରୁମ ଉଦଘାଟନ କଲେ ଧର୍ମଗଡ ବିଧାୟକ।
କଳାହାଣ୍ଡି,୧୯/୦୯
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବଲଧିଆମାଲ ଛକ ନିକଟରେ ଅତ୍ୟାଧୁନିକ ଓଡିଶୀ ଇଭି ଗ୍ରୀନ ହ୍ବିଲ ମୋଟେର ନୂତନ ଶୋ ରୁମ ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ କର କମଳ ରେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଛତିଶଗଡ଼ ର ପୂର୍ବତନ ବିଧାୟକ ଡମ୍ବରୁ ଧର ମାଝୀ, ଯୁବ ୟୁଟୁବର ଚନ୍ଦନ ଶତପଥୀ, ରତନ ଗୋୟଲ, ସମାଜସେବି ବିଷ୍ଣୁ ଅଗ୍ରୱାଲ,ଶୋ ରୁମ ମାଲିକ ମନୋଜ ଅଗ୍ରୱାଲ, ନରେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଅତ୍ୟାଧୁନିକ ଓଡିଶୀ ଇଭି ଗ୍ରୀନ ହ୍ବିଲ ମୋଟେର ନୂତନ ଶୋ ରୁମ ଉଦଘାଟନ ହେବା ଫଳରେ ଯୁବବର୍ଗ ଙ୍କ ମଧ୍ୟରେ ଆଦୃତ ହେବ ଓ ଉତ୍ତମ ସେବା ପ୍ରଦାନ କରିବ ବୋଳି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ ଜୁନାଗଡ଼ ବ୍ଲକ ଅଞ୍ଚଳ ର ଅନେକ ମାନ୍ୟଗଣ୍ୟ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

