Hyderabad Accident: ଗଣେଶ ବିସର୍ଜନରୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ୪ ମୃତ; ଡ୍ରାଇଭର ଗୁରୁତର
ତେଲେଙ୍ଗାନାର ହାଇଦ୍ରାବାଦରେ NH-44 ଉପରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପଲାମାକୁଲା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଗଣେଶ ବିସର୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ମହବୁବନଗରସ୍ଥିତ ନିଜ ଗାଁକୁ ଫେରୁଥିବା ଲୋକଙ୍କ ଇନୋଭା କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ କାରରେ ଥିବା ୪ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
ଶମଶାବାଦ ପୋଲିସର ସୂଚନା ଅନୁସାରେ, ପଲାମାକୁଲା ଗାଁ ନିକଟ NH-44ରେ ଏହି ଦୁର୍ଘଟଣା ଘଟିଥିଲା। ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ସାରି ସମସ୍ତେ ଫେରୁଥିବା ସମୟରେ ହଠାତ୍ ଇନୋଭାଟି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚିତ୍କାର ଶୁଣିବାକୁ ମିଳିଥିଲା। ଆଖପାଖରେ ଥିବା ଲୋକେ ପୋଲିସକୁ ଖବର ଦେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଦୁର୍ଘଟଣାରେ କାରରେ ଥିବା ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଡ୍ରାଇଭର ସବାବଥ ଅଶୋକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଶମଶାବାଦର ଟ୍ରାଇଡେଣ୍ଟ ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ପୋଲିସ ଅନୁସାରେ ତାଙ୍କ ଅବସ୍ଥା ଗୁରୁତର ରହିଛି।

