Sonipat Dog Attack: ମାତ୍ର ୬ ମାସର ଶିଶୁକୁ ପିଟ୍ବୁଲ୍ର ଆକ୍ରମଣ, ଅଣ୍ଟିଙ୍କ କୋଳରୁ ଟାଣିନେଲା କୁକୁର
ହରିୟାଣା: ହରିୟାଣାର ସୋନିପତ ସିକ୍କା କଲୋନୀରେ ଏକ ପୋଷା ପିଟ୍ବୁଲ୍ ଆକ୍ରମଣରେ ୬ ମାସର ଶିଶୁ ଗୁରୁତର ଆହତ ହୋଇଛି। ସେପ୍ଟେମ୍ବର ୧୪ରେ ଘଟିଥିବା ଏହି ଘଟଣାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି। ଘଟଣା ସମୟରେ ଶିଶୁଟି ତାଙ୍କ ଅଣ୍ଟିଙ୍କ କୋଳରେ ଥିବାବେଳେ ହଠାତ୍ ପିଟ୍ବୁଲ୍ଟି ଆକ୍ରମଣ କରିଥିଲା।
CCTV ଫୁଟେଜ୍ରେ ଦେଖାଯାଇଥିବା ଅନୁସାରେ, କୁକୁରଟି ଶିଶୁ ଆଡ଼କୁ ଝପଟି ପଡ଼ି ତାଙ୍କୁ ଆଣ୍ଟିଙ୍କ କୋଳରୁ ଟାଣି ନେଇଥିଲା। ପରେ ଶିଶୁଟିକୁ ରାସ୍ତାକଡ଼କୁ ଟାଣି ନେଇଥିବା ଦୃଶ୍ୟ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ହଠାତ୍ ଘଟିଥିବା ଏହି ଆକ୍ରମଣରେ ଶିଶୁଟି ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ଘଟଣାର CCTV ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଘରୋଇ ପୋଷା କୁକୁର ଦ୍ୱାରା ଜଣେ ଛୋଟ ଶିଶୁ ଆକ୍ରମଣର ଶିକାର ହେବା ଘଟଣା ଅଞ୍ଚଳରେ ଚିନ୍ତା ବଢ଼ାଇଛି।

