Asian Games 2026: ଆଥଲେଟ୍ଙ୍କ ପାଇଁ ‘ଫ୍ଲୋଟିଂ ଭିଲେଜ୍’, ୫ ହଜାର ରହିପାରିବେ ଇଟାଲୀୟ କ୍ରୁଜ୍ ସିପ୍ Costa Serenaରେ
ନୂଆଦିଲ୍ଲୀ: ଜାପାନର ନାଗୋୟାରେ ଆରମ୍ଭ ହେବାକୁ ଯାଉଥିବା Asian Games 2026ରେ ଆଥଲେଟ୍ ଓ ଅଧିକାରୀଙ୍କ ରହଣି ପାଇଁ ଏଥର ଦେଖିବାକୁ ମିଳିଛି ଏକ ନିଆରା ବ୍ୟବସ୍ଥା। ପାରମ୍ପରିକ ଆଥଲେଟ୍ ଭିଲେଜ୍ ନିର୍ମାଣ ନକରି ଇଟାଲୀୟ କ୍ରୁଜ୍ ସିପ୍ Costa Serenaକୁ ଅସ୍ଥାୟୀ ଆବାସ ଭାବେ ବ୍ୟବହାର କରାଯାଉଛି। ସେପ୍ଟେମ୍ବର ୧୫ରେ ନାଗୋୟାର Kinjo Pierରେ ଏହି ଜାହାଜକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଜାହାଜଟିରେ ଏକ ସମୟରେ ପ୍ରାୟ ୪,୦୦୦ ଆଥଲେଟ୍ ଓ ଅଧିକାରୀ ରହିପାରିବେ।
ଏଥର Asian Gamesରେ ୪୫ଟି ଦେଶ ଓ ଅଞ୍ଚଳର ପ୍ରତିନିଧି ଯୋଗଦେଉଥିବା ବେଳେ ୪୩ଟି କ୍ରୀଡ଼ାରେ ପ୍ରତିଯୋଗିତା ହେବ। ଆଥଲେଟ୍ ଓ ଅଧିକାରୀଙ୍କ ରହଣି ପାଇଁ କ୍ରୁଜ୍ ସିପ୍ ସହ ହୋଟେଲ୍ ଏବଂ ଅସ୍ଥାୟୀ କଣ୍ଟେନର୍ ମଧ୍ୟ ବ୍ୟବହାର କରାଯାଇଛି। Costa Serenaରେ ପ୍ରାୟ ୧,୫୦୦ କ୍ୟାବିନ୍ ରହିଛି ଏବଂ ଇଭେଣ୍ଟ ଅନୁଯାୟୀ ଆଥଲେଟ୍ମାନଙ୍କୁ ପର୍ଯ୍ୟାୟକ୍ରମେ ରଖାଯିବାର ବ୍ୟବସ୍ଥା ହୋଇଛି।
ତେବେ ଆଥଲେଟ୍ଙ୍କ ଆବାସ ବ୍ୟବସ୍ଥାକୁ ନେଇ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। କିଛି ଦେଶ ରହଣି ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ କିଛି ବାସ୍କେଟବଲ୍ ଖେଳାଳି ଖଟ ଛୋଟ ଥିବା ନେଇ ଅଭିଯୋଗ କରିଛନ୍ତି। ଏହାସହ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଗତ ସପ୍ତାହରେ ଶତାଧିକ ଆଥଲେଟ୍ଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ପାରମ୍ପରିକ ଆଥଲେଟ୍ ଭିଲେଜ୍ ନିର୍ମାଣ ନକରିବାର ମୁଖ୍ୟ କାରଣ ଭାବେ ଖର୍ଚ୍ଚ କମାଇବା ଓ କ୍ରୀଡ଼ା ଶେଷ ପରେ ଅବ୍ୟବହୃତ ବିଶାଳ ଢାଞ୍ଚା ଛାଡ଼ି ନଯିବାକୁ ଆୟୋଜକମାନେ ଦର୍ଶାଇଛନ୍ତି।

