Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Currency Note Ganpati: କୋଟି କୋଟି ଟଙ୍କାର ନୋଟ୍‌ରେ ସଜେଇ ହୋଇଛନ୍ତି ଗଣପତି! ଦେଖିବାକୁ ଛୁଟୁଛି ଭକ୍ତଙ୍କ ଭିଡ଼

ତେଲଙ୍ଗାନା: ତେଲଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାର ପାଲୱଞ୍ଚାରେ ଗଣେଶ ଉତ୍ସବ ଅବସରରେ ଗଣପତିଙ୍କ ଅନନ୍ୟ ସାଜସଜ୍ଜା ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଏଠାରେ ଗଣେଶଙ୍କ ଦୁଇଟି ପ୍ରତିମାକୁ ବିପୁଳ ପରିମାଣର କରେନ୍ସି ନୋଟ୍‌ରେ ସଜାଯାଇଛି। ଏହି ନିଆରା ସାଜସଜ୍ଜା ଦେଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତମାନେ ପହଞ୍ଚୁଛନ୍ତି।

ସୂଚନା ଅନୁସାରେ, ବାପୁଜୀ ନଗରରେ ଥିବା ଗୋଟିଏ ଗଣପତି ପ୍ରତିମାକୁ ପ୍ରାୟ ୧.୪୦ କୋଟି ଟଙ୍କା ମୂଲ୍ୟର କରେନ୍ସି ନୋଟ୍‌ରେ ସଜାଯାଇଛି। ସେହିପରି ଅନ୍ୟ ଏକ ସ୍ଥାନରେ ପ୍ରାୟ ୧.୫୦ କୋଟି ଟଙ୍କାର ନୋଟ୍‌ ବ୍ୟବହାର କରି ଗଣପତିଙ୍କ ସାଜସଜ୍ଜା କରାଯାଇଥିବା ଜଣାପଡ଼ିଛି। ଏଭଳି ନିଆରା ଢଙ୍ଗରେ ଗଣେଶ ପୂଜା କରାଯିବା ଲୋକଙ୍କ ଆକର୍ଷଣର କାରଣ ହୋଇଛି।

କରେନ୍ସି ନୋଟ୍‌ରେ ସଜ୍ଜିତ ଏହି ଗଣପତି ପ୍ରତିମା ଦେଖିବାକୁ ପାଲୱଞ୍ଚାରେ ଭକ୍ତଙ୍କ ଭିଡ଼ ଜମୁଛି। ଗଣେଶ ଉତ୍ସବରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଥିମ୍‌ରେ ସାଜସଜ୍ଜା କରାଯାଉଥିବା ବେଳେ, ଏଠାରେ କୋଟି କୋଟି ଟଙ୍କାର ନୋଟ୍‌ ବ୍ୟବହାର କରାଯିବା ଏବେ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories