Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Justice Avanindra Kumar Singh: ବୈଜ୍ଞାନିକ ଗବେଷଣା ପାଇଁ ଅଙ୍ଗଦାନ ଏବଂ GPFର ୧.୦୧ କୋଟି PM CARESକୁ ଦାନ ଘୋଷଣା ;ଚର୍ଚ୍ଚାରେ Saurav Dasଙ୍କ ଟ୍ୱିଟ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ହାଇକୋର୍ଟରୁ ଅବସର ନେବା ସମୟରେ ଜଷ୍ଟିସ୍ ଅବନୀନ୍ଦ୍ର କୁମାର ସିଂହ ଦୁଇଟି ବଡ଼ ଘୋଷଣା କରିଛନ୍ତି। ଅବସର ପୂର୍ବରୁ ସେ ଏବଂ ତାଙ୍କ ପତ୍ନୀ ଇନ୍ଦ୍ରା ମୃତ୍ୟୁ ପରେ ନିଜ ଶରୀରକୁ ବୈଜ୍ଞାନିକ ଗବେଷଣା ପାଇଁ ଦାନ କରିବାକୁ ମେଡିକାଲ କଲେଜ ମାଧ୍ୟମରେ ପଞ୍ଜୀକରଣ କରିଥିବା କହିଛନ୍ତି। ଏହାସହ ନିଜ GPF ଖାତାରୁ ମିଳିବାକୁ ଥିବା ପ୍ରାୟ ୧ କୋଟି ୧ ଲକ୍ଷ ଟଙ୍କାର ସମ୍ପୂର୍ଣ୍ଣ ରାଶି PM CARES Fundକୁ ଦାନ କରିବାକୁ ସେ ଘୋଷଣା କରିଛନ୍ତି। ଏହି ଦୁଇଟି ନିଷ୍ପତ୍ତି ପାଇଁ ସେ ନିଜ ପତ୍ନୀଙ୍କୁ ଶ୍ରେୟ ଦେଇଛନ୍ତି।

ଜଷ୍ଟିସ୍ ସିଂହ ସେପ୍ଟେମ୍ବର ୧୭ରେ ୩୬ ବର୍ଷର ନ୍ୟାୟିକ ସେବା ପରେ ଅବସର ନେଇଛନ୍ତି। ୧୯୯୦ ମସିହା ମେ ୩୧ରେ ସିଭିଲ୍ ଜଜ୍ କ୍ଲାସ୍-II ଭାବେ ତାଙ୍କ ନ୍ୟାୟିକ ଯାତ୍ରା ଆରମ୍ଭ ହୋଇଥିଲା। ଅବସର ଭାଷଣରେ ସେ କହିଥିଲେ ଯେ ଅବସର ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ ଏବଂ ଆଗକୁ ମଧ୍ୟ ସେ ସମାଜ ପାଇଁ କାମ କରିବାକୁ ଚାହୁଁଛନ୍ତି।

ଏହି ଘୋଷଣା ପରେ CJPର କୋ-କନଭେନର ତଥା ଆଇନ ଓ ନ୍ୟାୟ ବିଷୟରେ ଲେଖୁଥିବା Saurav Dasଙ୍କ ଏକ X ପୋଷ୍ଟ ମଧ୍ୟ ଚର୍ଚ୍ଚାକୁ ଆସିଛି। LiveLawର ଜଷ୍ଟିସ୍ ସିଂହଙ୍କ PM CARESକୁ GPF ଦାନ ସମ୍ପର୍କିତ ପୋଷ୍ଟକୁ ଶେୟାର କରି Das ଲେଖିଛନ୍ତି, “Judge sahab, please directly transfer the amount to PM’s personal account. Little bit interest money should accrue there as well.” ତାଙ୍କର ଏହି ପୋଷ୍ଟକୁ ବ୍ୟଙ୍ଗାତ୍ମକ ଭାବେ କରିଥିବା ପରି ଦେଖାଯାଉଛି। ତେବେ ଜଷ୍ଟିସ୍ ସିଂହଙ୍କ ଏହି ଘୋଷଣା PM CARES Fundକୁ ଦାନ ଦେବାକୁ ଘୋଷଣା କରିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories