Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Greater Noida Accident: ଫୁଟପାଥରେ ଯାଉଥିବା ୪ ଛାତ୍ରଙ୍କୁ ଧକ୍କା ଦେଲା କାର୍‌, ଘଟଣା ପରେ ଚମ୍ପଟ ଡ୍ରାଇଭର ଗିରଫ

ଉତ୍ତରପ୍ରଦେଶ: ଗ୍ରେଟର ନୋଏଡାର ନଲେଜ୍ ପାର୍କ ଅଞ୍ଚଳରେ ଏକ ଦ୍ରୁତଗାମୀ କାର୍‌ ଫୁଟପାଥରେ ଯାଉଥିବା ୪ ଜଣ ଛାତ୍ରଙ୍କୁ ଧକ୍କା ଦେବା ଘଟଣା ସାମ୍ନାକୁ ଆସିଛି। ସେପ୍ଟେମ୍ବର ୧୮ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ କାର୍‌ଟି ଫୁଟପାଥରେ ଯାଉଥିବା ଲୋକଙ୍କ ଆଡ଼କୁ ଯାଇ ଧକ୍କା ଦେବା ପରେ ଘଟଣାସ୍ଥଳରୁ ଚାଲିଯାଉଥିବା ଦେଖାଯାଉଛି।

ପୁଲିସ ଅନୁସାରେ, ଗୌରବ, ଆୟୁଷ, କ୍ରିଷ୍‌ ଓ ମୋହିତ ନିକଟସ୍ଥ ଏକ ବିଶ୍ୱବିଦ୍ୟାଳୟରେ ପଢ଼ୁଛନ୍ତି। ଦ୍ରୁତ ଗତିରେ ଆସୁଥିବା ଏକ ଧୂସର ରଙ୍ଗର Maruti Alto କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୌରବଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଥିବା ବେଳେ ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅଭିଯୋଗ ପରେ ନଲେଜ୍ ପାର୍କ ଥାନା ପୁଲିସ ମାମଲା ରୁଜୁ କରି କାର୍‌ ଓ ଡ୍ରାଇଭରଙ୍କୁ ଖୋଜିବା ପାଇଁ ଟିମ୍‌ ଗଠନ କରିଥିଲା।

ପରେ ପୁଲିସ ଦୁର୍ଘଟଣାରେ ବ୍ୟବହୃତ କାର୍‌କୁ ଜବତ କରିବା ସହ ଲାଡପୁରା ଅଞ୍ଚଳର ମନୀଷ ନାମକ ଯୁବକଙ୍କୁ ଗିରଫ କରିଛି। ଗ୍ରେଟର ନୋଏଡାର DCP ରବିଶଙ୍କର ନୀମ୍‌ କହିଛନ୍ତି ଯେ କାର୍‌ର ମାଲିକ ଓ ଡ୍ରାଇଭରଙ୍କୁ ପୁଲିସ ହେପାଜତକୁ ନେଇଛି। ପ୍ରାଥମିକ ତଦନ୍ତରୁ ଦ୍ରୁତ ଓ ଅସାବଧାନ ଗାଡ଼ି ଚାଳନା ଯୋଗୁଁ ଘଟଣା ଘଟିଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories