Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

DUSU Election Result: ୪ରୁ ୩ ପଦବୀ ABVP ହାତରେ, ଉପାଧ୍ୟକ୍ଷ ହେଲେ ସ୍ୱାଧୀନ ପ୍ରାର୍ଥୀ

ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ସଂଘ (DUSU) ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ୨୦ ରାଉଣ୍ଡ ଭୋଟ୍ ଗଣତି ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ୪ଟି ପ୍ରମୁଖ ପଦବୀ ମଧ୍ୟରୁ ୩ଟି ଦଖଲ କରିଛି। ଯଶ ଡବାସ ୨୪,୫୭୬ ଭୋଟ୍ ପାଇ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ NSUIର ବିଜୟ ଶଙ୍କର ମୀଣା ୨୨,୫୨୩ ଭୋଟ୍ ପାଇଛନ୍ତି। ସଚିବ ପଦରେ ରିୟା ଛାବଡ଼ି ୨୧,୬୫୦ ଏବଂ ଯୁଗ୍ମ ସଚିବ ପଦରେ ଲକ୍ଷ୍ୟ ରାଜ ସିଂହ ୧୬,୬୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।

ଅନ୍ୟପଟେ ଉପାଧ୍ୟକ୍ଷ ପଦରେ ସ୍ୱାଧୀନ ପ୍ରାର୍ଥୀ ତଥା ପୂର୍ବତନ NSUI ସଦସ୍ୟ ଦୀପାଂଶୁ ଶୋକିନ ୩୦,୬୧୫ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ABVPର ଇଶୁ ମୌର୍ଯ୍ୟ ୧୬,୯୧୦ ଏବଂ NSUIର ବୀର ଛତ୍ରଥ ୪,୩୧୩ ଭୋଟ୍ ପାଇଛନ୍ତି। ଫଳାଫଳ ଘୋଷଣା ପୂର୍ବରୁ ବିଜୟୀ ପ୍ରାର୍ଥୀ ଓ ସମର୍ଥକମାନଙ୍କୁ ବିଶ୍ୱବିଦ୍ୟାଳୟ ପରିସର କିମ୍ବା ବାହାରେ ବିଜୟ ଶୋଭାଯାତ୍ରା ନକରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏହା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କରାଯାଇଥିଲା।

ଦିଲ୍ଲୀ ୟୁନିଭର୍ସିଟିର ଛାତ୍ର ରାଜନୀତିରୁ ଦେଶର ମୁଖ୍ୟ ରାଜନୈତିକ ଦଳରେ ଅନେକ ନେତା ଆସିଛନ୍ତି। ୧୯୭୪ରେ ଅରୁଣ ଜେଟଲୀ DUSU ଅଧ୍ୟକ୍ଷ ଥିଲେ ଏବଂ ପରେ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ୧୯୭୭ରେ ବିଜୟ ଗୋଏଲ ଏବଂ ୧୯୮୫ରେ ଅଜୟ ମାକେନ DUSU ଅଧ୍ୟକ୍ଷ ହୋଇଥିଲେ। ୧୯୯୫ରେ ଅଲକା ଲାମ୍ବା ମଧ୍ୟ ଏହି ପଦରେ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ