Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Radhika Apteଙ୍କ ଖୁଲାସା: “Bra ଓ Underwear ପିନ୍ଧି Action Scene କରିବାକୁ କହିଥିଲେ, ପଚାରିଲି—କ’ଣ Achieve କରିବାକୁ ଚାହୁଁଛ?”

ଅଭିନେତ୍ରୀ ରାଧିକା ଆପ୍ଟେ କହିଛନ୍ତି ଯେ, ତାଙ୍କର ପୂର୍ବରୁ କରିଥିବା କିଛି ଅନ୍ତରଙ୍ଗ ଦୃଶ୍ୟ ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଲୋକ ଧରିନେଇଥିଲେ ଯେ ସେ ଏଭଳି ଦୃଶ୍ୟ ସହଜରେ କରିଦେବେ। ଏକ ସାକ୍ଷାତକାରରେ ସେ କହିଛନ୍ତି, ତାଙ୍କୁ କେତେକ ଫିଲ୍ମରେ ଆବଶ୍ୟକତା ସ୍ପଷ୍ଟ ନଥିଲେ ମଧ୍ୟ ସହ-ଅଭିନେତାଙ୍କୁ କିସ୍ କରିବାକୁ କୁହାଯାଇଥିଲା। ଏବେ ସେ କୌଣସି ଏଭଳି ଦୃଶ୍ୟ କରିବା ପୂର୍ବରୁ ନିର୍ମାତା-ନିର୍ଦ୍ଦେଶକଙ୍କୁ ଏହାର ଆବଶ୍ୟକତା ଓ କାହାଣୀ ସହ ସମ୍ପର୍କ ବିଷୟରେ ସ୍ପଷ୍ଟ ଭାବେ ପଚାରୁଥିବା କହିଛନ୍ତି।

ରାଧିକା ଏକ ଘଟଣାର ସ୍ମୃତିଚାରଣ କରି କହିଛନ୍ତି ଯେ, ତାଙ୍କୁ ଏକ ଆକ୍ସନ୍ ସିନ୍‌ରେ ଶର୍ଟର ବଟନ୍ ନଲଗାଇ କିମ୍ବା କେବଳ ବ୍ରା ଓ ଅଣ୍ଡରୱେୟାର ପିନ୍ଧି ଅଭିନୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଶୁଣି ସେ “ଆମେ ଏଥିରୁ କ’ଣ ହାସଲ କରିବାକୁ ଚାହୁଁଛୁ?” ବୋଲି ପ୍ରଶ୍ନ କରିଥିଲେ। ରାଧିକାଙ୍କ କହିବା ଅନୁସାରେ, ସେ ଏହି ଦୃଶ୍ୟ କରିନଥିଲେ ଏବଂ ଅଭିନେତାଙ୍କ ପସନ୍ଦ ଓ ବ୍ୟକ୍ତିଗତ ସୀମାକୁ ନିର୍ମାତାମାନେ ସମ୍ମାନ କରିବା ଉଚିତ ବୋଲି ମତ ଦେଇଛନ୍ତି।

ରାଧିକା ଆପ୍ଟେ ବର୍ତ୍ତମାନ ନେଟଫ୍ଲିକ୍ସର ଫିଲ୍ମ Lust Stories 3ରେ ନଜର ଆସୁଛନ୍ତି। ଏହି ଫିଲ୍ମରେ କୋଙ୍କଣା ସେନ୍ ଶର୍ମା, ବିଜୟ ବର୍ମା, ଅଭିଷେକ ବାନାର୍ଜୀ, ରାଧିକା ମଦାନ, ଅଦିତି ରାଓ ହାଇଦରୀଙ୍କ ସମେତ ଅନ୍ୟ କଳାକାର ଅଭିନୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ