Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Tamil Nadu Crime: ପୂଜା ନାଁରେ ମହିଳାଙ୍କୁ ଶୋଷଣ ଅଭିଯୋଗ, ୫୦ରୁ ଅଧିକ ଭିଡିଓ ମିଳିବା ପରେ ନକଲି ତାନ୍ତ୍ରିକ ଗିରଫ

ତାମିଲନାଡୁ: ତାମିଲନାଡୁର ସେଲମ୍‌ ଜିଲ୍ଲା ଭାଝାପାଡ଼ି ଅଞ୍ଚଳରେ ଜଣେ ନିଜକୁ ତାନ୍ତ୍ରିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କୁ ମହିଳା ଓ ନାବାଳିକାଙ୍କୁ ଯୌନ ଶୋଷଣ ଏବଂ ଗୁପ୍ତ ଭାବେ ଭିଡିଓ ରେକର୍ଡ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ପରିଚୟ ୫୦ ବର୍ଷୀୟ ବିଜୟରାଜା ବୋଲି ଜଣାପଡ଼ିଛି। ପୁଲିସ ଅନୁସାରେ, ସେ ‘ସନୀଶ୍ୱରା’ ନାମରେ ଏକ ପୂଜା ଓ ତନ୍ତ୍ରମନ୍ତ୍ର କେନ୍ଦ୍ର ଚଳାଉଥିଲେ। ପୂଜା କରିବା ବାହାନାରେ ମହିଳା ଓ ନାବାଳିକାଙ୍କୁ ଟାର୍ଗେଟ୍‌ କରି ଗୁପ୍ତ କ୍ୟାମେରାରେ ଭିଡିଓ ରେକର୍ଡ କରୁଥିବା ଏବଂ ସେଗୁଡ଼ିକୁ ଅନଲାଇନ୍‌ ମାଧ୍ୟମରେ ବିକ୍ରି କରୁଥିବା ପୁଲିସ ଅଭିଯୋଗ କରିଛି।

ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ସ୍କୁଲ ଛାତ୍ରୀ ବିନାୟକ ଚତୁର୍ଥୀ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ବିଜୟରାଜାଙ୍କ ପାଖକୁ ଯାଇଥିଲେ। ପୁଲିସ ଅନୁସାରେ, ସେଠାରେ ଛାତ୍ରୀଙ୍କ ସହ ଅସଦାଚରଣ କରିବାକୁ ଅଭିଯୁକ୍ତ ଚେଷ୍ଟା କରିଥିଲେ। ଛାତ୍ରୀ ଭୟଭୀତ ହୋଇ ପରିବାରକୁ ଜଣାଇବା ପରେ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କ କେନ୍ଦ୍ରରେ ପହଞ୍ଚିଥିଲେ। ଲୋକଙ୍କୁ ଦେଖି ବିଜୟରାଜା ସେଠାରୁ ଫେରାର ହୋଇଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ଖୋଜି ବାହାର କରି ପୁଲିସ ଜିମା ଦେଇଥିଲେ।

ପୁଲିସ ତାଙ୍କ ନିକଟରୁ ଲାପଟପ୍‌, ମୋବାଇଲ୍‌ ଫୋନ୍‌ ଓ ଅନ୍ୟ ଡିଜିଟାଲ୍‌ ଉପକରଣ ଜବତ କରିଛି। ଲାପଟପ୍‌ରୁ ମହିଳା ଓ ସ୍କୁଲ ଛାତ୍ରୀଙ୍କ ସମ୍ପର୍କିତ ୫୦ରୁ ଅଧିକ ଆପତ୍ତିଜନକ ଭିଡିଓ ମିଳିଥିବା ପୁଲିସ କହିଛି। ପୁଲିସର ଅଭିଯୋଗ ଅନୁସାରେ, କେତେକ ମହିଳାଙ୍କୁ ନିଶା ମିଶ୍ରିତ ପ୍ରସାଦ ବା ଖାଦ୍ୟ ଦେଇ ଅଚେତ ଅବସ୍ଥାରେ ଗୁପ୍ତ କ୍ୟାମେରାରେ ଭିଡିଓ କରାଯାଇଥିଲା। ଏହି ଭିଡିଓଗୁଡ଼ିକୁ ଡାର୍କ ୱେବ୍‌ ମାଧ୍ୟମରେ ପ୍ରସାରଣ କିମ୍ବା ବିକ୍ରି କରାଯାଇଥିଲା କି ନାହିଁ, ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆଉ କେତେଜଣ ଲୋକ ତାଙ୍କ ଶିକାର ହୋଇଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ