Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାସପୁର ର ଶ୍ରମିକ ମୃତ୍ୟୁ ଘଟଣା; ରେଡକ୍ରସ ପାଣ୍ଠି ରୁ ତହସିଲଦାର ଙ୍କ ଦ୍ଵାରା ସହାୟତା ରାଶି ପ୍ରଦାନ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ କୋଳିଥି ଗାଁ ପଞ୍ଚାୟତ ଅଧିନସ୍ଥ ଦାସପୁର ଗ୍ରାମର ୬୫ ବର୍ଷିୟ ଶ୍ରମିକ ଅଙ୍କୁରା ଦାସ ଙ୍କ ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଚାଲୁଥିବା ରାସ୍ତା କାମରେ ନିୟୋଜିତ ରହି କାମ କରୁଥିବା ବେଳେ ଟାଣ ଖରାରେ ଅଚେତ ହେବା ସହ ଚିକିତ୍ସିତ ଅବସ୍ଥାରେ ଗତ ୪ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ।ଆଜି ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ ନିଜେ ମୃତକ ଅଙ୍କୁରା ଦାସ ଙ୍କ ସ୍ତ୍ରୀ କୁ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ମୃତକ ଅଙ୍କୁରା ଦାସ ନିହାତି ଜଣେ ଗିରବ ହୋଇଥିବା ବେଳେ ଏବେ ଘରେ ବିଧବା ପତ୍ନୀ ସହ ତିନି ଝିଅ ରହିଛନ୍ତି।ଅଙ୍କୁରା ଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟ ପୁରା ଭାଙ୍ଗି ପଡିଥିବା ବେଳେ ଏବେ ପୁରା ପରିବାର ଆଗାମୀ ଦିନରେ କିପରି ଚଳିବେ ତାହା ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି। ଅନ୍ୟ ପଟେ ମୃତ ଅଙ୍କୁରା ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ପଟେ ଟାଣ ଖରା ଯୋଗୁଁ ଅଙ୍କୁରା ଙ୍କ ମୃତ୍ୟୁ ଘଟିଥିବାରୁ ଏହା ଅଂଶୁଘାତ ଯୋଗୁଁ ହିଁ ଘଟିଥିବା ନେଇ ମୃତକଙ୍କ ବଡ଼ ଝିଅ ଜାନକୀ ଦାସଙ୍କ ପକ୍ଷରୁ ବି ଏନ ପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ଏହା ମଧ୍ୟରେ କୋଳିଥି ଗାଁ ସରପଞ୍ଚ ଜଗମୋହନ ପାତ୍ର ଙ୍କ ପକ୍ଷରୁ ମୁଖ୍ୟ ଶାସନସଚିବ ଙ୍କୁ ଅଙ୍କୁରା ଙ୍କ ମୃତ୍ୟୁ ର ସଠିକ ତଦନ୍ତ କରିବା ସହ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଘୋଷଣା କରି ସରକାରୀ ସହାୟତା ତୁରନ୍ତ ପ୍ରଦାନ କରିବାକୁ ନିବେଦନ କରିଛନ୍ତି