Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gold Silver Crude Oil Price: ସପ୍ତାହର ପ୍ରଥମ ଦିନରେ ସୁନା-ରୁପା ସହ କମିଲା କ୍ରୁଡ୍‌ ଅଏଲ୍‌ ତେଲ ଦର, ଜାଣନ୍ତୁ ନୂଆ ମୂଲ୍ୟ…

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ କାରବାର ଦିନରେ ସୁନା, ରୁପା ଓ କଚା ତେଲ—ତିନୋଟିର ଦରରେ ହ୍ରାସ ଦେଖିବାକୁ ମିଳିଛି। MCXରେ ସୁନା ଦର ୭୭୩ ଟଙ୍କା କମି ୧୦ ଗ୍ରାମ ପିଛା ୧,୫୩,୬୦୮ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ଦର ୨,୦୨୪ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୨,୩୯,୫୭୯ ଟଙ୍କା ହୋଇଛି।

ଏହାସହ କଚା ତେଲ ଦରରେ ମଧ୍ୟ ହ୍ରାସ ରେକର୍ଡ ହୋଇଛି। MCXରେ କ୍ରୁଡ୍‌ ଅଏଲ୍‌ ଦର ୧୩୮ ଟଙ୍କା କମି ବ୍ୟାରେଲ ପିଛା ୯,୦୮୫ ଟଙ୍କାରେ କାରବାର କରୁଥିଲା। ଫଳରେ ସପ୍ତାହର ଆରମ୍ଭରୁ ତିନୋଟି ପ୍ରମୁଖ କମୋଡିଟିରେ ବିକ୍ରି ଚାପ ଦେଖାଯାଇଛି।

କେବଳ ଘରୋଇ ବଜାର ନୁହେଁ, ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା, ରୁପା ଓ କ୍ରୁଡ୍‌ ଅଏଲ୍‌ ଦର ଚାପରେ ରହିଥିବା ଜଣାପଡ଼ିଛି। ବିଶ୍ୱ ବଜାରର ଗତିବିଧି, ଡଲାରର ମୂଲ୍ୟ ଓ ନିବେଶକଙ୍କ କାରବାର ଭଳି ବିଭିନ୍ନ କାରଣ ଏହି କମୋଡିଟି ଦରକୁ ପ୍ରଭାବିତ କରିଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories