Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Lucknow Woman: ଜମି ବିବାଦ ଅଭିଯୋଗକୁ ଅଧିକାରୀଙ୍କୁ ଜଣାଇବା ପାଇଁ ଅଜବ ପ୍ରୟାସ! ମୁଖ୍ୟମନ୍ତ୍ରୀ ଆବାସ ନିକଟରେ ମୋବାଇଲ୍ ଟାୱାରରେ ଚଢ଼ିଲେ ମହିଳା,

ଲକ୍ଷ୍ନୌ: ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଆବାସ ନିକଟରେ ଜଣେ ମହିଳା ମୋବାଇଲ୍ ଟାୱାରରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ହଜରତଗଞ୍ଜ ଥାନା ଅଞ୍ଚଳର ପାର୍କ ରୋଡ୍‌ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆଗ୍ରାର ବାସିନ୍ଦା ଏହି ମହିଳା ଜମି ବିବାଦ ସମ୍ପର୍କିତ ନିଜ ଅଭିଯୋଗ ଅଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି।

ଘଟଣାର ସୂଚନା ପାଇ ପୁଲିସ ଓ ଦମକଳ ବିଭାଗର ଟିମ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଦୀର୍ଘ ସମୟର ଉଦ୍ୟମ ପରେ ଟିମ୍‌ ମହିଳାଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆଣିଥିଲେ। ଏହାପରେ ତାଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ତଥ୍ୟ ନେଇଥିଲା ପୁଲିସ।

ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଜମି ଦଖଲ କରିବା ଏବଂ ଧମକ ଦେବାର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ପୁଲିସ ଯାଞ୍ଚ କରୁଛି। ଜମି ବିବାଦ ସମ୍ପର୍କିତ ମାମଲାର ପ୍ରକୃତ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories