Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kerala Police K9 Squad: ୧୦ ବର୍ଷର ସେବା ପରେ ଅବସର ନେଲା ସ୍ନିଫର ଡଗ୍ ‘ସାମନ୍ଥା’, ମିଳିଲା ଭବ୍ୟ ବିଦାୟ

କେରଳମ: ପଥନମଥିଟ୍ଟାରେ କେରଳ ପୁଲିସ K9 ସ୍କ୍ୱାଡ୍‌ ପକ୍ଷରୁ ନିଜର ସ୍ନିଫର ଡଗ୍‌ ‘ସାମନ୍ଥା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି। ଦୀର୍ଘ ୧୦ ବର୍ଷ ଧରି ପୁଲିସ ବିଭାଗରେ ସେବା ଦେବା ପରେ ସାମନ୍ଥା ଆଧିକାରିକ ଭାବେ ଅବସର ନେଇଛି।

ନାର୍କୋଟିକ୍ସ ଚିହ୍ନଟ କରିବାରେ ପ୍ରଶିକ୍ଷିତ ସାମନ୍ଥା କେରଳ ପୁଲିସର K9 ଟିମ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲା। ଦୀର୍ଘ ସମୟ ଧରି ଡ୍ୟୁଟିରେ ରହି ବିଭିନ୍ନ ଅଭିଯାନରେ ପୁଲିସକୁ ସହଯୋଗ କରିଥିବା ସାମନ୍ଥାଙ୍କ ସେବାକୁ ବିଦାୟ ସମାରୋହରେ ସ୍ମରଣ କରାଯାଇଥିଲା।

ସାମନ୍ଥାଙ୍କ ଅବସରକୁ ନେଇ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଭାବପୂର୍ଣ୍ଣ ପରିବେଶ ଦେଖାଯାଇଥିଲା। ଏକ ଦଶନ୍ଧି ଧରି ବିଭାଗ ପାଇଁ ଦେଇଥିବା ତାଙ୍କ ସେବାକୁ ସମ୍ମାନ ଜଣାଇ K9 ସ୍କ୍ୱାଡ୍‌ ପକ୍ଷରୁ ଏହି ସ୍ୱତନ୍ତ୍ର ବିଦାୟ ଆୟୋଜନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ