Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Telangana Hospital Fire: ସରକାରୀ ହସ୍ପିଟାଲର SNCUରେ ଭୟାବହ ଅଗ୍ନିକାଣ୍ଡ, ୨ ନବଜାତ ଶିଶୁଙ୍କ ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନାର ଆଦିଲାବାଦସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (RIMS)ର ସ୍ପେଶାଲ୍ ନ୍ୟୁବର୍ନ କେୟାର ୟୁନିଟ୍‌ (SNCU)ରେ ସୋମବାର ରାତିରେ ଅଗ୍ନିକାଣ୍ଡ ଘଟି ୨ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ମଧ୍ୟରୁ ଜଣେ ପ୍ରି-ଟର୍ମ ଥିବା ଏବଂ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ଘଟଣା ସମୟରେ ହସ୍ପିଟାଲ କର୍ମଚାରୀ ଓ ପରିବାର ଲୋକେ ଶିଶୁମାନଙ୍କୁ ନେଇ ତୁରନ୍ତ ୱାର୍ଡରୁ ବାହାରିଥିଲେ।

ଆଦିଲାବାଦ ଜିଲ୍ଲାପାଳ ରାଜର୍ଷି ଶାହଙ୍କ ସୂଚନା ଅନୁସାରେ, ଘଟଣା ସମୟରେ SNCUରେ ପ୍ରାୟ ୨୭ ଜଣ ଶିଶୁ ଚିକିତ୍ସାଧୀନ ଥିଲେ। ଅନ୍ୟ ଶିଶୁମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାତି ପ୍ରାୟ ୧୧ଟା ୪୦ ମିନିଟ୍‌ରେ ନିଆଁ ଲାଗିଥିବା ବେଳେ ପ୍ରାଥମିକ ତଦନ୍ତରେ ଏସିରେ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏହାପରେ ୱାର୍ଡ ଧୂଆଁରେ ଭରିଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଘଟଣା ସମୟରେ କିଛି ହସ୍ପିଟାଲ କର୍ମଚାରୀ ୱାର୍ଡର କାଚ କାନ୍ଥ ଭାଙ୍ଗି ଶିଶୁମାନଙ୍କୁ ବାହାର କରିଥିବା ଅତିରିକ୍ତ ଜିଲ୍ଲାପାଳ ରାଜେଶ୍ୱର କହିଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ତଦନ୍ତ ନିର୍ଦ୍ଦେଶ ଦେବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ସମସ୍ତ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଅଧିକାରୀଙ୍କୁ କହିଛନ୍ତି। ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁରେ ସେ ଗଭୀର ଦୁଃଖ ପ୍ରକାଶ କରି ମୃତ ଶିଶୁଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories