Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

DGP Selection: ଓଡ଼ିଶା ଡିଜିପି ମାମଲା ନେଇ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି, ସୁଶାନ୍ତ ନାଥଙ୍କ ମାମଲାରୁ ବଢ଼ିଲା ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାର ନୂଆ ଡିଜିପି ଚୟନ ମାମଲାରେ ଆଜି ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ଡିଜିପି ଚୟନ ପାଇଁ ଯୋଗ୍ୟ ଆଇପିଏସ୍‌ ଅଧିକାରୀଙ୍କ ତାଲିକା ଏବଂ ତାଙ୍କ ନାମକୁ ନେଇ ଉଠିଥିବା ପ୍ରଶ୍ନ ମାମଲାର ମୁଖ୍ୟ ବିଷୟ ହୋଇଛି। ପୂର୍ବରୁ ଏକାଧିକ ଥର ଶୁଣାଣି ଘୁଞ୍ଚିଥିବାରୁ ଆଜିର ଶୁଣାଣି ଉପରେ ନଜର ରହିଛି। ସେପ୍ଟେମ୍ବର ୧୭ରେ ମଧ୍ୟ ଶୁଣାଣି ହୋଇନଥିବା ବେଳେ ମାମଲାକୁ ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିଲା।

ଗତ ୭ ତାରିଖର ଶୁଣାଣିରେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ପକ୍ଷରୁ ଆଇନଜୀବୀ ସୁପ୍ରିମ୍‌କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ତାଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ଅଧିକାରୀଙ୍କ ତାଲିକାରେ ସୁଶାନ୍ତ ନାଥଙ୍କ ନାମ ଥିଲା। ପରେ କେଉଁ ପରିସ୍ଥିତିରେ ତାଙ୍କ ନାମ ତାଲିକାରୁ ବାଦ ପଡ଼ିଲା, ସେନେଇ ପ୍ରଶ୍ନ ଉଠାଯାଇଥିଲା। ଏହା ସହ ତାଙ୍କ ନାମ ବାଦ ଦେବା ପ୍ରକ୍ରିୟାର ଆଇନଗତ ଆଧାର ନେଇ ମଧ୍ୟ ପ୍ରଶ୍ନ ରହିଥିବା ତାଙ୍କ ପକ୍ଷରୁ କୁହାଯାଇଥିଲା।

ଏହାଛଡ଼ା ଡିଜିପି ଚୟନ ପାଇଁ ରାଜ୍ୟ ସରକାର ପଠାଇଥିବା ଅଧିକାରୀଙ୍କ ତାଲିକା, ପରେ ଅନ୍ୟ ଅଧିକାରୀଙ୍କୁ ସାମିଲ କରାଯିବା ଏବଂ ଯୋଗ୍ୟତା ତାଲିକାରେ ପରିବର୍ତ୍ତନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମାମଲାଟି ୨୦୦୬ର ‘ପ୍ରକାଶ ସିଂହ’ ରାୟରେ ଡିଜିପି ନିଯୁକ୍ତି ସମ୍ପର୍କରେ ଦିଆଯାଇଥିବା ନିର୍ଦ୍ଦେଶ ସହ ଜଡ଼ିତ। ଏବେ ସୁପ୍ରିମ୍‌କୋର୍ଟର ଶୁଣାଣି ପରେ ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା କେଉଁ ଦିଗକୁ ଯିବ, ତାହା ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories