Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Crime: ‘ପାପା’ କହିବାକୁ ନେଇ ଥଟ୍ଟା ମଜାକରୁ ଚାଞ୍ଚଲ୍ୟକର କାଣ୍ଡ! ବନ୍ଧୁଙ୍କ ଛୁରିମାଡ଼ରେ ୧୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନରାୟଣା ଗାଁରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ବନ୍ଧୁମାନଙ୍କ ମଧ୍ୟରେ ମଜାକରେ ‘ପାପା’ କହିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଶେଷରେ ଛୁରିମାଡ଼ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଥିରେ ୧୮ ବର୍ଷୀୟ ସୁମିତ ଗିରିଙ୍କ ମୃତ୍ୟୁ ହୋଇଛି। ସେପ୍ଟେମ୍ବର ୧୯ ତାରିଖ ରାତିରେ ଡିଡିୟୁ ହସ୍ପିଟାଲରୁ ନରାୟଣା ଥାନାକୁ ସୂଚନା ମିଳିଥିଲା ଯେ ସୁମିତଙ୍କୁ ଅଚେତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ରାତି ପ୍ରାୟ ୯ଟା ୩୦ରେ ଅମନ ଓ ନରସିଂହ ମୋଟରସାଇକେଲରେ ପାୟଲ ସିନେମା ପଟୁ ନରାୟଣା ଗାଁକୁ ଫେରୁଥିଲେ। ରାସ୍ତାରେ ସେମାନଙ୍କ ଭେଟ ସୁମିତ ଓ ଅନ୍ୟ ଜଣେ ଅମନଙ୍କ ସହ ହୋଇଥିଲା। କଥାବାର୍ତ୍ତା ସମୟରେ ଅନ୍ୟ ଅମନ ମଜାକରେ ନରସିଂହଙ୍କୁ ତାଙ୍କୁ ‘ପାପା’ ବୋଲି ଡାକିବାକୁ କହିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ସୁମିତ ମଧ୍ୟସ୍ଥତା କରିବାକୁ ଆସିବା ପରେ ଝଗଡ଼ା ବଢ଼ିଥିଲା ଏବଂ ପୋଲିସ ଅନୁସାରେ ଅମନ ସୁମିତଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ମଧ୍ୟସ୍ଥତା କରିବାକୁ ଆସିଥିବା ସରଗମ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି।

ଘଟଣା ପରେ ସୁମିତଙ୍କୁ ତାଙ୍କ ପରିବାର ଓ ବନ୍ଧୁମାନେ ଡିଡିୟୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ନରାୟଣା ଥାନାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ସମସ୍ତେ ନରାୟଣା ଗାଁର ବାସିନ୍ଦା ଏବଂ ପରସ୍ପରକୁ ଜାଣିଥିବା ପୋଲିସ କହିଛି। ମଜାକରୁ ଆରମ୍ଭ ହୋଇଥିବା ବିବାଦ କେମିତି ଏତେ ବଡ଼ ହିଂସାର ରୂପ ନେଲା, ତାହାର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories