Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Kapurthala Firing: ପରିସ୍ରା କରିବାକୁ ବାରଣ କରିବାରୁ ଗୁଳିମାଡ଼! ଜାଲନ୍ଧର ହସ୍ପିଟାଲରେ ରହମତ ଅଲ୍ଲୀ

ପଞ୍ଜାବ: ପଞ୍ଜାବର କପୁରଥଲା ଜିଲ୍ଲା ଖାନୋୱାଲ ଗାଁରେ ପିଶାବ କରିବାକୁ ବାରଣ କରିବାକୁ ନେଇ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ପୁଲିସ ଅନୁସାରେ, ଦୁଇ ଜଣ ଯୁବକ ମୋଟରସାଇକେଲ୍‌ରେ ଆସି ଏକ ଗୁଜ୍ଜର ଡେରା ନିକଟରେ ପରିସ୍ରା କରୁଥିଲେ। ଏହାକୁ ରହମତ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ବାରଣ କରିବା ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁଇ ଯୁବକ କଥିତ ଭାବେ ପିସ୍ତଲ ବାହାର କରି ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ରହମତ ଅଲ୍ଲୀ ଆହତ ହୋଇଥିବା ବେଳେ ତାଙ୍କୁ ଜାଲନ୍ଧରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଘଟଣା ପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ପ୍ରାୟ ୩ ରାଉଣ୍ଡ ଗୁଳି ଚାଲିଥିବା ପୁଲିସ କହିଛି। ଘଟଣାସ୍ଥଳରୁ ଗୋଟିଏ ଖାଲି କାର୍ତୁଜ୍‌ ମଧ୍ୟ ମିଳିଛି। ରହମତଙ୍କ ପତ୍ନୀଙ୍କ ବୟାନ ଆଧାରରେ ଥାନା ସଦରରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ଘଟଣା ପରେ ମୋଟରସାଇକେଲ୍‌ରେ ଫେରାର ହୋଇଥିବା ପୁଲିସ କହିଛି।

ଏବେ ପୁଲିସ ଅଭିଯୁକ୍ତମାନଙ୍କ ପରିଚୟ ଓ ଠିକଣା ଜାଣିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଘଟଣାସ୍ଥଳରୁ ମିଳିଥିବା କାର୍ତୁଜ୍‌ ଓ ଅନ୍ୟ ପ୍ରମାଣକୁ ମଧ୍ୟ ଯାଞ୍ଚ କରାଯାଉଛି। ପୁଲିସ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି। ତେବେ ଗୁଳିକାଣ୍ଡ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ