Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Trump UN Speech: UNରେ ୩୭ ମିନିଟର ଭାଷଣରେ ବଡ଼ ଦାବି କଲେ ଟ୍ରମ୍ପ, ଫ୍ୟାକ୍ଟ-ଚେକ୍‌ରେ ସାମ୍ନାକୁ ଆସିଲା ଭିନ୍ନ ତଥ୍ୟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୨ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ପରିଷଦରେ ୩୭ ମିନିଟ୍‌ର ଭାଷଣ ଦେଇଥିଲେ। ଏହି ଭାଷଣରେ ସେ ଆମେରିକାର ବୈଦେଶିକ ନୀତି, ଯୁଦ୍ଧ, ଇରାନ, AI, ଅସ୍ତ୍ରଶସ୍ତ୍ର ଓ ତେଲ ସମ୍ପର୍କରେ ଅନେକ ଦାବି କରିଥିଲେ। ନିଜ ପ୍ରଶାସନକୁ ଶାନ୍ତି ପାଇଁ କାମ କରୁଥିବା ବୋଲି ଦର୍ଶାଇ ସେ କହିଥିଲେ ଯେ ତାଙ୍କ ନେତୃତ୍ୱରେ ୮ଟି ଯୁଦ୍ଧ ଶେଷ ହୋଇଛି। ତେବେ ତାଙ୍କ ଭାଷଣ ପରେ ଅନେକ ଦାବିକୁ ନେଇ ଫ୍ୟାକ୍ଟ-ଚେକ୍‌ କରାଯାଇଛି।

ଟ୍ରମ୍ପ ଯେଉଁ ୮ଟି ସଂଘର୍ଷର ଉଲ୍ଲେଖ କରିଥିଲେ, ସେଥିରେ ଭାରତ-ପାକିସ୍ତାନ, ଇସ୍ରାଏଲ-ଇରାନ, ଆର୍ମେନିଆ-ଆଜରବାଇଜାନ, ଥାଇଲ୍ୟାଣ୍ଡ-କାମ୍ବୋଡିଆ ଏବଂ ରୱାଣ୍ଡା-ଡିଆର କଙ୍ଗୋ ପ୍ରସଙ୍ଗ ରହିଥିଲା। କିନ୍ତୁ ଫ୍ୟାକ୍ଟ-ଚେକ୍‌ରେ କୁହାଯାଇଛି ଯେ ତାଙ୍କ ତାଲିକାରେ ଥିବା କିଛି ଘଟଣାକୁ ପ୍ରକୃତ ଯୁଦ୍ଧ ବୋଲି କୁହାଯାଇପାରିବ ନାହିଁ। ଇଜିପ୍ଟ-ଇଥିଓପିଆ ପ୍ରସଙ୍ଗରେ ଯୁଦ୍ଧ ହୋଇନଥିବା ବେଳେ, ରୱାଣ୍ଡା ଓ ଡିଆର କଙ୍ଗୋ ମଧ୍ୟରେ ସଂଘର୍ଷ ସମ୍ପୂର୍ଣ୍ଣ ଶେଷ ହୋଇନଥିବା ରିପୋର୍ଟରେ କୁହାଯାଇଛି। ଥାଇଲ୍ୟାଣ୍ଡ-କାମ୍ବୋଡିଆ ବିବାଦରେ ମଧ୍ୟ ସ୍ଥାୟୀ ଶାନ୍ତି ନେଇ ପ୍ରଶ୍ନ ରହିଛି। ତେଣୁ ଟ୍ରମ୍ପଙ୍କ ‘୮ଟି ଯୁଦ୍ଧ ଶେଷ’ ଦାବିକୁ ଫ୍ୟାକ୍ଟ-ଚେକ୍‌ରେ ଅତିରଞ୍ଜିତ ବୋଲି ଦର୍ଶାଯାଇଛି।

ଭାଷଣରେ ଟ୍ରମ୍ପ ଆମେରିକା ପାଖରେ ବହୁ ପରିମାଣର ଗୋଳାବାରୁଦ ରହିଥିବା ଏବଂ ଏହାର ଉତ୍ପାଦନ ରେକର୍ଡ ସ୍ତରରେ ଥିବା ଦାବି କରିଥିଲେ। କିନ୍ତୁ ଆମେରିକାର ଅସ୍ତ୍ର ଭଣ୍ଡାର ସମ୍ପର୍କରେ ପ୍ରକାଶିତ ରିପୋର୍ଟରେ ବିଶେଷ କରି ମିସାଇଲ୍‌ ଇଣ୍ଟରସେପ୍ଟର ଯୋଗାଣ ନେଇ ଚାପ ଥିବା କୁହାଯାଇଛି। CNNର ବିଶ୍ଳେଷଣରେ ମଧ୍ୟ କୁହାଯାଇଛି ଯେ ଆମେରିକା ପାଖରେ ଅନେକ ଗୋଳାବାରୁଦ ଥିଲେ ମଧ୍ୟ ସବୁ ପ୍ରକାରର ଅସ୍ତ୍ରର ମାତ୍ରା ସମାନ ନୁହେଁ। ଏହାସହ ଜଳବାୟୁ ପରିବର୍ତ୍ତନକୁ ନେଇ ଟ୍ରମ୍ପଙ୍କ କିଛି ମନ୍ତବ୍ୟ ମଧ୍ୟ ଫ୍ୟାକ୍ଟ-ଚେକ୍‌ରେ ପ୍ରଶ୍ନବାଚୀରେ ରହିଛି। ଅନ୍ୟପକ୍ଷରେ, ଇରାନକୁ ନେଇ ଟ୍ରମ୍ପ ଶାନ୍ତି ଚୁକ୍ତି ନହେଲେ କଠୋର ସାମରିକ ପଦକ୍ଷେପ ନେବାର ଚେତାବନୀ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ