Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Hurun Rich List 2026: ପୁଣି ଦେଶର ନମ୍ବର-୧ ଧନୀ ହେଲେ ଅଦାନୀ, ଅମ୍ବାନୀ ଗଲେ ଦ୍ୱିତୀୟ ସ୍ଥାନକୁ

ନୂଆଦିଲ୍ଲୀ: Hurun India Rich List 2026ରେ ଗୌତମ ଅଦାନୀ ଓ ତାଙ୍କ ପରିବାର ପୁଣିଥରେ ଭାରତର ସବୁଠାରୁ ଧନୀ ପରିବାର ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ତାଲିକା ଅନୁସାରେ ଅଦାନୀ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୯.୨୩ ଲକ୍ଷ କୋଟି ଟଙ୍କା। ଗତବର୍ଷ ତୁଳନାରେ ଏହା ୧୩ ପ୍ରତିଶତ ବଢ଼ିଛି। ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁକେଶ ଅମ୍ବାନୀ ଓ ପରିବାର ୮.୬୩ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅର୍ଥାତ୍‌ ଅଦାନୀ ଓ ଅମ୍ବାନୀ ପରିବାର ମଧ୍ୟରେ ସମ୍ପତ୍ତିର ତଫାତ ପ୍ରାୟ ୫୯,୪୦୦ କୋଟି ଟଙ୍କା।

ଏହି ତାଲିକାରେ ତୃତୀୟ ସ୍ଥାନକୁ ଲକ୍ଷ୍ମୀ ନିବାସ ମିତ୍ତଲ ଓ ପରିବାର ଉଠିଛନ୍ତି। ଆର୍ସେଲରମିଟ୍ଟାଲ୍‌ ସହ ଜଡ଼ିତ ମିତ୍ତଲ ପରିବାରର ସମ୍ପତ୍ତି ପ୍ରାୟ ୩.୩୯ ଲକ୍ଷ କୋଟି ଟଙ୍କା। ଚତୁର୍ଥ ସ୍ଥାନରେ ସାଇରସ୍‌ ପୁନାୱାଲା ଓ ପରିବାର ୩.୦୩ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ସହ ରହିଛନ୍ତି। ପଞ୍ଚମ ସ୍ଥାନରେ HCLର ରୋଶନୀ ନାଦର ମଲହୋତ୍ରା ଓ ପରିବାର ଅଛନ୍ତି, ଯାହାଙ୍କ ସମ୍ପତ୍ତି ପ୍ରାୟ ୨.୭୮ ଲକ୍ଷ କୋଟି ଟଙ୍କା।

୨୦୨୬ର Hurun India Rich Listରେ ଅତିକମରେ ୧,୦୦୦ କୋଟି ଟଙ୍କା ସମ୍ପତ୍ତି ଥିବା ୧,୮୧୦ ଜଣଙ୍କୁ ସାମିଲ କରାଯାଇଛି। ଏଥର ଭାରତର ଡଲାର ବିଲିୟନେୟାର ସଂଖ୍ୟା ୩୯୧ରେ ପହଞ୍ଚିଛି। ରିପୋର୍ଟରେ AI କ୍ଷେତ୍ରକୁ ମଧ୍ୟ ନୂଆ ସମ୍ପତ୍ତି ସୃଷ୍ଟିର ଏକ ବଡ଼ କ୍ଷେତ୍ର ଭାବେ ଦର୍ଶାଯାଇଛି। AI କ୍ଷେତ୍ରରୁ ୧୫ ଜଣ ନୂଆ ବ୍ୟକ୍ତି ଏହି ତାଲିକାରେ ସ୍ଥାନ ପାଇଛନ୍ତି।2545620

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ