ଗୋବିନ୍ଦପୁର ରେ ମିଶନ ଲାଇଫ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁରରେ ନେହେରୁ ଯୁବ କେନ୍ଦ୍ର ତରଫରୁ ମିଶନ ଲାଇଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ବିଭିନ୍ନ ସ୍ଥାନରେ ସଫେଇ ହେବା ସହ ସ୍ବଚ୍ଛତା ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । କିପରି ଭାବରେ ନିଜ ଆଖପାଖ ପରିବେଶ ପରିଷ୍କାର, ସ୍ୱଚ୍ଛ ,ସବୁଜ ସୁନ୍ଦର ହୋଇ ସମସ୍ତେ ଉତ୍ତମ ଗୁଣବତ୍ତା ଜୀବନ ଜିଇଁ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଗୋବିନ୍ଦପୁର ଗ୍ରାମର ସତ୍ୟସେବକ ଯୁବକ ସଂଘ ର ପୂର୍ବତନ ସଭାପତି ହୃଷୀକେଶ ନାଏକ ଙ୍କ ନେତୃତ୍ୱ ରେ କ୍ଳବ୍ ର ସଦସ୍ୟ ମାନଙ୍କ ସହ ମିଶି ଗାଁ ର ନିଜ ଚତୁର୍ପାର୍ଶ୍ଵ ସ୍ବଚ୍ଛତା ଉପରେ ସଚେତନତା ବାର୍ତ୍ତା ପ୍ରଚାର କରିବା ସଙ୍ଗେ ଗାଁ ଅଙ୍ଗନୱାଡି କେନ୍ଦ୍ର ପରିସର, ଗାଁ ବିଦ୍ୟାଳୟ ପରିସର ସଫେଇ କରା ଯାଇଥିଲା । ଶେଷରେ ନେହେରୁ ଯୁବ ସ୍ଵେଚ୍ଛାସେବୀ ସୁଦର୍ଶନ ଭରାସାଗର ଧନ୍ୟବାଦ୍ ଦେଇଥିଲେ ।