Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ ବର୍ଷର ପରମ୍ପରାକୁ ବଜାୟ ରଖିଲେ ମମତା; ମୋଦୀଙ୍କ ପାଖକୁ ପଠାଇଲେ ସ୍ବତନ୍ତ୍ର କିସମର ଆମ୍ବ

ନୂଆଦିଲ୍ଲୀ: ଦିଦି ଓ ମୋଦୀଙ୍କ ଭିତରେ ଜାରି ରହିଛି ରାଜନୈତିକ ମତଭେଦ। ତଥାପି ପରମ୍ପରା ବଜାୟ ରଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସ୍ବତନ୍ତ୍ର କିସମର ଆମ୍ବ ପଠାଇଛନ୍ତି। ଏହି ପରମ୍ପରା ପ୍ରାୟ ୧୨ ବର୍ଷ ହେବ ଚାଲିଆସୁଛି। ବୁଧବାର ଏହି ଆମ୍ବକୁ ପିଏମଓକୁ ପଠାଯାଇଛି ।

କେବଳ ପିଏମ ମୋଦୀଙ୍କୁ ନୁହେଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମଧ୍ୟ ଏହି ସ୍ବତନ୍ତ୍ର ଆମ୍ବ ଉପହାର ଦେଇଛନ୍ତି। ଏହାସହ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନିକଟକୁ ମଧ୍ୟ ଏହା ପଠାଇଛନ୍ତି ମମତା।

ସୂଚନା ଅନୁଯାୟୀ, ହିମସାଗର, ଲକ୍ଷ୍ମଣଭୋଗ ଏବଂ ଫଜଲି ସମେତ ସମସ୍ତ କିସମର ଚାରି କିଲୋଗ୍ରାମ ଆମ୍ବ ପିଏମ ମୋଦୀଙ୍କ ନିକଟକୁ ପଠାଯାଇଛି। ଏହି ଆମ୍ବଗୁଡିକ ଏକ ସୁନ୍ଦର ଉପହାର ବାକ୍ସରେ ପ୍ୟାକ୍ କରି ପଠାଯାଇଛି। ତେବେ ମମତା ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ଆମ୍ବ ପଠାଇ ନାହାଁନ୍ତି। ଏହା ପୂର୍ବରୁ ମଧ୍ୟ ମମତା ଏହି ପରମ୍ପରା ପାଳନ କରିଆସୁଛନ୍ତି।

ମମତା ବାନାର୍ଜୀ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ସେ ରାଜ୍ୟର ପ୍ରସିଦ୍ଧ ଆମ୍ବକୁ ଦିଲ୍ଲୀ ପଠାଇବାର ପରମ୍ପରା ଆରମ୍ଭ କରିଥିଲେ।

More Stories