Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ekamra Residency Price: ଦିଲ୍ଲୀ ଡେଭେଲପ୍ମେଣ୍ଟ ଅଥରିଟିଠୁ ବି ବଳିଗଲା BDAର ଏକାମ୍ର ରେସିଡେନ୍ସି ଫ୍ଲାଟ୍‌ର ଦାମ!

ଭୁବନେଶ୍ୱର: ଭୁବନେଶ୍ୱରର ସୁବୁଦ୍ଧିପୁରସ୍ଥିତ BDAର ଏକାମ୍ର ରେସିଡେନ୍ସି ହାଉସିଂ ପ୍ରକଳ୍ପର ଫ୍ଲାଟ୍‌ ଦରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରକଳ୍ପର 2BHK ଫ୍ଲାଟ୍‌ର ଦର ପ୍ରାୟ ୭୮.୩୬ ଲକ୍ଷରୁ ୭୯.୯୫ ଲକ୍ଷ ଟଙ୍କା ମଧ୍ୟରେ ରହିଥିବାବେଳେ 2BHK-plus-study ଫ୍ଲାଟ୍‌ର ଦର ୯୪.୯୦ ଲକ୍ଷରୁ ୯୬.୮୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହା ବ୍ୟତୀତ ରେଜିଷ୍ଟ୍ରେସନ୍‌ ଓ ଅନ୍ୟାନ୍ୟ ଆବଶ୍ୟକ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ। BDAର ଅଧିକୃତ ସୂଚନା ଅନୁସାରେ ପ୍ରକଳ୍ପଟି ପ୍ରାୟ ୭.୩୪ ଏକର ଜମିରେ ନିର୍ମିତ ଏବଂ ଏଥିରେ ପାର୍କିଂ, କମ୍ୟୁନିଟି ସେଣ୍ଟର, ଜିମ୍‌, ରୁଫ୍‌ଟପ୍‌ ସ୍ୱିମିଂ ପୁଲ୍‌, ସୁରକ୍ଷା ବ୍ୟବସ୍ଥା ଓ ପାୱାର ବ୍ୟାକଅପ୍‌ ଭଳି ସୁବିଧା ରହିଛି।

Ekamra Residencyର ଦରକୁ ଦିଲ୍ଲୀର DDA, ମୁମ୍ବାଇର MHADA ଏବଂ ନଭି ମୁମ୍ବାଇ ଅଞ୍ଚଳର CIDCOର କିଛି ସରକାରୀ ମଧ୍ୟମ-ଆୟ ବର୍ଗର ହାଉସିଂ ପ୍ରକଳ୍ପ ସହ ତୁଳନା କରାଯାଇଛି। ଉପଲବ୍ଧ ତୁଳନାମୂଳକ ତଥ୍ୟରେ ଏହି ସହରଗୁଡ଼ିକର କିଛି MIG ହାଉସିଂ ୟୁନିଟ୍‌ର ଦର ପ୍ରାୟ ୪୦ରୁ ୮୦ ଲକ୍ଷ ଟଙ୍କା ମଧ୍ୟରେ ଥିବାବେଳେ Ekamra Residencyର ପ୍ରିମିୟମ୍‌ 2BHK-plus-study ୟୁନିଟ୍‌ ପ୍ରାୟ ୯୭ ଲକ୍ଷ ଟଙ୍କା ନିକଟରେ ପହଞ୍ଚୁଛି। ତେଣୁ ସରକାରୀ ହାଉସିଂ ହୋଇଥିଲେ ମଧ୍ୟ ଏହାର ଦର ନେଇ ତୁଳନା ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ, BDA ପ୍ରକଳ୍ପରେ ଆଧୁନିକ ସୁବିଧା, ନିର୍ମାଣର ଗୁଣବତ୍ତା, ଅବସ୍ଥିତି ଓ ଲାଇଫ୍‌ଷ୍ଟାଇଲ୍‌ ଫୋକସ୍‌କୁ ଗୁରୁତ୍ୱ ଦିଆଯାଇଥିବା କହିଛି। ତଥାପି ଅନେକ ସମ୍ଭାବ୍ୟ କ୍ରେତା ଫ୍ଲାଟ୍‌ର ଦର ମଧ୍ୟମ ଆୟ ବର୍ଗର ପରିବାର ପାଇଁ କେତେଟା ସୁଲଭ, ସେନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ଏକାମ୍ର ରେସିଡେନ୍ସିର ୪୯୬ଟି ଫ୍ଲାଟ୍‌ ପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧, ୨୦୨୬ ବୋଲି BDA ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories