Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Trump Xi Gift: ଜିନପିଙ୍ଗଙ୍କୁ ଟ୍ରମ୍ପଙ୍କ ବିଶେଷ ଉପହାର, ଦେଲେ ବାଲ୍ଡ ଇଗଲ୍‌ ମୂର୍ତ୍ତି

ନୂଆଦିଲ୍ଲୀ: ୱାଶିଂଟନ୍‌ର ହ୍ୱାଇଟ୍‌ ହାଉସ୍‌ରେ ଗୁରୁବାର ଆୟୋଜିତ ରାଜକୀୟ ଡିନର ଭୋଜିରେ ଚୀନ୍‌ ରାଷ୍ଟ୍ରପତି Xi Jinpingଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି Donald Trump। ଟ୍ରମ୍ପ ଜିନପିଙ୍ଗଙ୍କୁ ପ୍ରାୟ ୩ ଫୁଟ୍‌ ଉଚ୍ଚତାର ଏକ ବାଲ୍ଡ ଇଗଲ୍‌ ମୂର୍ତ୍ତି ପ୍ରଦାନ କରିଥିଲେ। ଭୋଜି ସମୟରେ ଏହି ମୂର୍ତ୍ତିକୁ ଏକ ପୋଡିୟମ୍‌ ଉପରେ ରଖାଯାଇଥିଲା। ଟ୍ରମ୍ପଙ୍କ କହିବା ଅନୁସାରେ, ଜଣେ ଆମେରିକୀୟ କଳାକାର ଏହାକୁ ଡିଜାଇନ୍‌ କରିଥିବାବେଳେ ସେ ଓ ଫର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଧ୍ୟ ଏହାର ଡିଜାଇନ୍‌ରେ ସହଯୋଗ କରିଥିଲେ।

ବାଲ୍ଡ ଇଗଲ୍‌ ଆମେରିକାର ଏକ ପ୍ରମୁଖ ଜାତୀୟ ପ୍ରତୀକ। ଏହି ଉପହାର ଦେବା ବେଳେ ଟ୍ରମ୍ପ ଏହାକୁ ଆମେରିକାର “ସ୍ୱାଧୀନ ଓ ଉଚ୍ଚାକାଂକ୍ଷୀ ଆତ୍ମା”ର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ ଏବଂ ମୂର୍ତ୍ତିଟି ବେଜିଂରେ ଏକ ଭଲ ସ୍ଥାନ ପାଇବ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଉପହାର ଦୁଇ ଦେଶର ରାଷ୍ଟ୍ରପତିଙ୍କ ଉଚ୍ଚସ୍ତରୀୟ ଆଲୋଚନା ଓ ରାଜକୀୟ ଭୋଜିର ଏକ ପ୍ରମୁଖ ଅଂଶ ଥିଲା। ହ୍ୱାଇଟ୍‌ ହାଉସ୍‌ର ସୂଚନା ଅନୁସାରେ, ଏହି ରାଜକୀୟ ଭୋଜିରେ ଦୁଇ ଦେଶର ସରକାରୀ ପ୍ରତିନିଧିଙ୍କ ସହ ବ୍ୟବସାୟିକ ନେତାମାନେ ମଧ୍ୟ ଯୋଗ ଦେଇଥିଲେ।

ଅନ୍ୟପଟେ, ଜିନପିଙ୍ଗ ମଧ୍ୟ ଏହି ଗସ୍ତ ସମୟରେ ଦୁଇଟି ବିଶାଳ ପାଣ୍ଡାକୁ ଆଟଲାଣ୍ଟା ଚିଡ଼ିଆଖାନାକୁ ପଠାଇବା ନେଇ ଘୋଷଣା କରିଛନ୍ତି। ପିଙ୍ଗ୍‌ ପିଙ୍ଗ୍‌ ଓ ଫୁ ଶୁଆଙ୍ଗ୍‌ ନାମକ ଏହି ଦୁଇ ପାଣ୍ଡାକୁ ଚୀନ୍‌-ଆମେରିକା ମଧ୍ୟରେ ବନ୍ଧୁତ୍ୱର ଦୂତ ଭାବେ ଉପସ୍ଥାପନ କରାଯାଇଛି। ଏହାସହ ଆଗାମୀ ପାଞ୍ଚ ବର୍ଷରେ ୧ ଲକ୍ଷ ଆମେରିକୀୟ ଛାତ୍ରଙ୍କୁ ଚୀନ୍‌ରେ ଅଧ୍ୟୟନ କରିବା ପାଇଁ ସୁଯୋଗ ଦେବାକୁ ଏକ ନୂଆ ଛାତ୍ର ବିନିମୟ କାର୍ଯ୍ୟକ୍ରମ ନେଇ ମଧ୍ୟ ଘୋଷଣା ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ