Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Air India Pilot: ଟେକ୍‌ଅଫ୍‌ ପୂର୍ବରୁ ପାଇଲଟ୍‌ଙ୍କ ଆଲକୋହଲ୍‌ ଟେଷ୍ଟ ଫେଲ୍‌, ତଦନ୍ତ ଶେଷ ହେବା ଯାଏଁ ନିଲମ୍ବନ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଜଣେ ଫାର୍ଷ୍ଟ ଅଫିସର ଜୁରିଖ ବିମାନବନ୍ଦରରେ ଦିଲ୍ଲୀ ଯିବା ଉଡ଼ାଣ ପୂର୍ବରୁ ଆଲକୋହଲ୍‌ ଟେଷ୍ଟରେ ବିଫଳ ହେବା ପରେ ନିଲମ୍ବିତ ହୋଇଛନ୍ତି। ସେପ୍ଟେମ୍ବର ୬ରେ ଏହି ଘଟଣା ଘଟିଥିବା ବେଳେ ଉଡ଼ାଣ ପୂର୍ବରୁ ପାଇଲଟ୍‌ଙ୍କୁ ବିମାନରୁ ହଟାଇ ଦିଆଯାଇଥିଲା। ପରେ ତାଙ୍କୁ ଯାତ୍ରୀ ଭାବେ ଭାରତ ଫେରାଇ ଅଣାଯାଇଥିଲା। ଚୂଡ଼ାନ୍ତ ମେଡିକାଲ୍‌ ରିପୋର୍ଟ ଏବଂ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ ବୋଲି ଏୟାର ଇଣ୍ଡିଆ କହିଛି।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷା, ନିୟମାବଳୀ କିମ୍ବା କମ୍ପାନୀର ପ୍ରୋଟୋକଲ୍‌ ଉଲ୍ଲଂଘନ ପ୍ରତି ଏୟାରଲାଇନ୍‌ର ‘ଜିରୋ ଟଲରେନ୍ସ’ ନୀତି ରହିଛି। ନିଶ୍ଚିତ ଉଲ୍ଲଂଘନ ମିଳିଲେ ନିୟମ ଏବଂ କମ୍ପାନୀ ନୀତି ଅନୁସାରେ କଠୋର ପଦକ୍ଷେପ ନିଆଯିବ। ଏହା ସହିତ ଫ୍ଲାଇଟ୍‌ କ୍ରୁଙ୍କୁ ସୁରକ୍ଷା, ଶୃଙ୍ଖଳା, ନିୟମପାଳନ ଓ ପେସାଦାରିତ୍ୱର ଗୁରୁତ୍ୱ ନେଇ ପୁଣିଥରେ ସଚେତନ କରାଯାଇଛି।

ଏହି ଘଟଣାର କିଛି ସପ୍ତାହ ପୂର୍ବରୁ ଅଗଷ୍ଟ ୪ରେ ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-2379 ବିମାନ ହଠାତ୍‌ ପ୍ରାୟ ୩୦୦ ଫୁଟ୍‌ ଉଚ୍ଚତା ହରାଇଥିଲା। ବିମାନରେ ୧୩୭ ଯାତ୍ରୀ ଓ ୮ ଜଣ କ୍ରୁ ସଦସ୍ୟ ଥିଲେ ଏବଂ ୨୦ ଯାତ୍ରୀ ଓ ୪ କ୍ରୁ ସଦସ୍ୟ ଆହତ ହୋଇଥିଲେ। ଏହି ଘଟଣା ପରେ ପାଇଲଟ୍‌ ସୁଦୀପ ବଶିଷ୍ଠଙ୍କ ଡ୍ରଗ୍‌ ଟେଷ୍ଟ ଦୁଇଥର ପଜିଟିଭ୍‌ ଆସିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏୟାର ଇଣ୍ଡିଆ ତାଙ୍କ ଚାକିରି ସମାପ୍ତ କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories