Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Gwalior Crime: Snapchatରେ ନାବାଳିକାଙ୍କ ସହ ବନ୍ଧୁତା, ହୋଟେଲକୁ ନେଇ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ: ଅନଲାଇନ୍ ରେ ପ୍ରେମ କିମ୍ବା ବନ୍ଧୁତା ବର୍ତ୍ତମାନ  ମହା ବିପଦ ସାଜିଛି । ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ନାବାଳିକାଙ୍କ ସହ ଅନଲାଇନ୍ ବନ୍ଧୁତା ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଏକ ବର୍ଷ ପୂର୍ବେ ସ୍ନାପଚାଟ୍‌ ମାଧ୍ୟମରେ କୃଷ୍ଣ ଖାଟୱାନୀ ନାମକ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ନିୟମିତ ମେସେଜ୍‌ ଓ କଥାବାର୍ତ୍ତା ହେଉଥିଲା। ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରେ ଯୁବକ ଜଣକ ଛାତ୍ରୀଙ୍କୁ ଦେଖା କରିବାକୁ ଡାକିଥିବା ଅଭିଯୋଗ ହୋଇଛି। ଛାତ୍ରୀ ଘରେ କୋଚିଂ ଯିବା କଥା କହି ବାହାରି ତାଙ୍କୁ ଦେଖା କରିବାକୁ ଯାଇଥିଲେ।

ଅଭିଯୋଗ ଅନୁସାରେ, ଯୁବକ ଜଣକ ତାଙ୍କୁ ଗ୍ୱାଲିଅରର ଏକ ହୋଟେଲକୁ ନେଇଥିଲେ। ସେଠାରେ ଛାତ୍ରୀ ବିରୋଧ କରିବାରୁ ତାଙ୍କ ବାପାଙ୍କୁ କ୍ଷତି ପହଞ୍ଚାଇବା ସହ ତାଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ସାର୍ବଜନୀନ କରିଦେବାକୁ ଧମକ ଦିଆଯାଇଥିବା ସେ ପୁଲିସକୁ କହିଛନ୍ତି। ଏହାପରେ ଜୋରଜବରଦସ୍ତି କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଛାତ୍ରୀ ଘରକୁ ଫେରି ପରିବାରକୁ ସବୁକିଛି ଜଣାଇଥିଲେ। ସାମାଜିକ ବଦନାମି ଭୟରେ ପରିବାର ପ୍ରଥମେ ପୁଲିସ ପାଖକୁ ଯାଇନଥିଲେ। ପରେ ସେପ୍ଟେମ୍ବର ୨୪ରେ ଲିଖିତ ଅଭିଯୋଗ ଦିଆଯାଇଥିଲା।

ଅଭିଯୋଗ ଆଧାରରେ ପୁଲିସ ପୋକ୍ସୋ ଆଇନ ସମେତ ଦୁଷ୍କର୍ମ ଓ ଅନ୍ୟାନ୍ୟ ସମ୍ପର୍କିତ ଧାରାରେ ମାମଲା ରୁଜୁ କରିଛି। ଘଟଣାର ସତ୍ୟତା ଯାଞ୍ଚ ପାଇଁ ହୋଟେଲର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ଭାବ୍ୟ ସ୍ଥାନରେ ପୁଲିସ ଖୋଜାଖୋଜି ଜାରି ରଖିଛି। ତଦନ୍ତ ଚାଲିଥିବାରୁ ଅଭିଯୋଗରେ ଥିବା ସମସ୍ତ ତଥ୍ୟକୁ ପୁଲିସ ଯାଞ୍ଚ କରୁଛି। ନାବାଳିକାଙ୍କ ପରିଚୟ ଗୋପନୀୟ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories