Ormanjhi Viral Video: ମଦ ଦୋକାନରେ ପଶିଗଲା ମାଙ୍କଡ଼, ବୋତଲରୁ ପିଇବା ପରେ ଦୋକାନରେ ନିଶାରେ ଶୋଇଥିବା ଭିଡିଓ ଭାଇରାଲ୍
ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ରାଞ୍ଚି ଜିଲ୍ଲା ଓରମାଞ୍ଝି ବ୍ଲକ୍ ଛକ ନିକଟରେ ଥିବା ଏକ ମଦ ଦୋକାନରେ ଏକ ମାଙ୍କଡ଼ ପଶିଯିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଦୋକାନ ଭିତରେ ପଶିବା ପରେ ମାଙ୍କଡ଼ଟି ଏକ ବୋତଲରୁ ମଦ ପିଇଥିବା ଏବଂ ପରେ ସେଠାରେ ନିଶାରେ ସୋଇପଡିଥିବା କୁହାଯାଉଛି। ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ମାଙ୍କଡ଼ଟିକୁ ସୁରକ୍ଷିତ ଭାବେ ଦୋକାନରୁ ବାହାର କରିବା ପାଇଁ ଉଦ୍ଧାରକାରୀମାନେ ଚେଷ୍ଟା କରିଥିଲେ । ଭିଡିଓରେ ମାଙ୍କଡ଼ଟି ଦୋକାନ ଭିତରେ ଥିବା ଦେଖାଯାଉଥିବାରୁ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଆସୁଛି।
ତେବେ ଜଙ୍ଗଲୀ ପ୍ରାଣୀଙ୍କୁ ମଦ କିମ୍ବା ଅନ୍ୟ କୌଣସି ମାଦକ ପଦାର୍ଥ ଦେବା ଉଚିତ ନୁହେଁ। ବନ୍ୟପ୍ରାଣୀ କୌଣସି ଅସ୍ୱାଭାବିକ ପରିସ୍ଥିତିରେ ଫସିଲେ ନିଜେ ହସ୍ତକ୍ଷେପ ନକରି ତୁରନ୍ତ ବନ ବିଭାଗ କିମ୍ବା ଅଧିକୃତ ରେସ୍କ୍ୟୁ ଟିମ୍କୁ ଖବର ଦେବା ଉଚିତ।

