CBSE New Chairman: ‘ସିବିଏସଇ’ର ନୂଆ ଅଧ୍ୟକ୍ଷ ହେଲେ ମନଦୀପ କେ. ଭଣ୍ଡାରୀ, ୨୦୦୧ ବ୍ୟାଚ୍ର IAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)ର ନୂଆ ଅଧ୍ୟକ୍ଷ ଭାବେ ୨୦୦୧ ବ୍ୟାଚ୍ର AGMUT କ୍ୟାଡର IAS ଅଧିକାରୀ ମନଦୀପ କେ. ଭଣ୍ଡାରୀଙ୍କୁ ନିଯୁକ୍ତ କରାଯାଇଛି। ସେପ୍ଟେମ୍ବର ୨୫ରେ କ୍ୟାବିନେଟ୍ର ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛି। ତାଙ୍କ ନିଯୁକ୍ତି ସହ CBSEର ଶୀର୍ଷ ପଦରେ ନୂଆ ନେତୃତ୍ୱ ଆସିଛି।
ମନଦୀପ କେ. ଭଣ୍ଡାରୀ ପ୍ରଶାସନିକ କ୍ଷେତ୍ରରେ ୨୦ ବର୍ଷରୁ ଅଧିକ ସମୟ କାମ କରିଛନ୍ତି। ତାଙ୍କ କାର୍ଯ୍ୟଜୀବନର ଏକ ବଡ଼ ଅଂଶ ଜମ୍ମୁ-କଶ୍ମୀର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦାୟିତ୍ୱରେ କଟିଛି। ଏବେ ସେ CBSEର ଅଧ୍ୟକ୍ଷ ଭାବେ ନୂଆ ଦାୟିତ୍ୱ ନେବେ। ଏହି ପଦ ପାଇଁ ତାଙ୍କୁ ଅସ୍ଥାୟୀ ଭାବେ ଅତିରିକ୍ତ ସଚିବ ପାହ୍ୟା ଓ ଦରମା ମିଳିବ।
CBSEରେ ପରୀକ୍ଷା ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ମନଦୀପ କେ. ଭଣ୍ଡାରୀ ଏହି ଦାୟିତ୍ୱ ନେଉଛନ୍ତି। ତାଙ୍କ ପ୍ରଶାସନିକ ଅଭିଜ୍ଞତା ଏବେ CBSEର ନୂଆ ଦାୟିତ୍ୱରେ କିପରି କାମରେ ଆସିବ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ।

