Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Nagaland Liquor Deaths: ବିଷାକ୍ତ ମଦ ପିଇ ୧୯ ମୃତ, ତଦନ୍ତ ପାଇଁ SIT ଗଠନ

ନାଗାଲାଣ୍ଡ: ନାଗାଲାଣ୍ଡରେ ସନ୍ଦେହଜନକ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ଗତ ଦୁଇ ଦିନ ମଧ୍ୟରେ ମୋକୋକଚୁଙ୍ଗ ଜିଲ୍ଲାରେ ୮ ଜଣ ଏବଂ ତୁଏନସାଙ୍ଗ ଜିଲ୍ଲାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ମଦର ନମୁନାକୁ ଫରେନସିକ୍ ପରୀକ୍ଷା ପାଇଁ ଗୁଆହାଟୀ ପଠାଯାଇଛି। ତେଣୁ ଏହି ମୃତ୍ୟୁର କାରଣ ନେଇ ଅନ୍ତିମ ରିପୋର୍ଟ ଆସିବା ବାକି ରହିଛି।

ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପି ଆଇ. ବୁଙ୍ଗଲାଙ୍ଗ ଚାଙ୍ଗଙ୍କ ନେତୃତ୍ୱରେ ଏକ SIT ଗଠନ କରାଯାଇଛି। ମଦ କେଉଁଠାରୁ ଆସିଥିଲା ଏବଂ ଏହା କିପରି ଯୋଗାଣ ହୋଇଥିଲା, ତାହା ଜାଣିବାକୁ ଟିମ୍ ତଦନ୍ତ କରୁଛି। ପୁଲିସ କହିଛି ଯେ ଏହି ଘଟଣାରେ ୧୯ ଜଣଙ୍କୁ ଗିରଫ କରାଯାଇଛି ଏବଂ ପ୍ରାୟ ୩,୦୦୦ ବୋତଲ ମଦ ଜବତ ହୋଇଛି। ତେବେ ତଦନ୍ତ ଚାଲିଥିବାରୁ ମଦର ଉତ୍ସ ସମ୍ପର୍କରେ ପୁଲିସ ସବିଶେଷ ତଥ୍ୟ ଦେଇନାହିଁ।

ପୁଲିସ ଲୋକଙ୍କୁ ଅଜଣା, ଲେବଲ୍‌ ନଥିବା କିମ୍ବା ସନ୍ଦେହଜନକ ମଦ ନ ପିଇବାକୁ ସତର୍କ କରିଛି। ମଦ ପିଇବା ପରେ ମୁଣ୍ଡ ବୁଲାଇବା, ଆଖିକୁ ଝାପସା ଦେଖାଯିବା, ଶ୍ୱାସ ନେବାରେ କଷ୍ଟ କିମ୍ବା ଚେତା ହରାଇବା ଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପୁଲିସ ପରାମର୍ଶ ଦେଇଛି। ନାଗାଲାଣ୍ଡରେ ୧୯୯୦ ମସିହାରୁ ମଦ ନିଷେଧ ସମ୍ପର୍କିତ ଆଇନ ଲାଗୁ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ