Ghaziabad News: ୧୨ ମହଲାରୁ ପଡ଼ି ୧୪ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ, ଘଟଣାର ପୋଲିସର ତଦନ୍ତ
ଉତ୍ତରପ୍ରଦେଶ: ଗାଜିଆବାଦର ରାଜ ନଗର ଏକ୍ସଟେନ୍ସନ୍ରେ ଘଟିଛି ଦୁଃଖଦ ଘଟଣା। ୧୪ ବର୍ଷୀୟା ନବମ ଶ୍ରେଣୀର ଛାତ୍ରୀ ପ୍ରାଚୀଙ୍କ ମୃତ୍ୟୁ ହୋଇଛି। ପୁଲିସ ଅନୁସାରେ, ଆପାର୍ଟମେଣ୍ଟର ୧୨ତମ ମହଲାର ବାଲକୋନିରୁ ଖସିପଡ଼ିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।
ପ୍ରାଚୀ ନିକଟରେ ମହାରାଷ୍ଟ୍ରର ଶିରଡ଼ିରେ ଆୟୋଜିତ ସିବିଏସ୍ଇ ଜାତୀୟ ଦୌଡ଼ିଡିଆଁ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାର ସେ ଦୁଇଟି ଦୁଇଟି ବର୍ଗରେ ସେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରତିଯୋଗିତାରେ ସଫଳତା ହାସଲ କରି ମହାରାଷ୍ଟ୍ରରୁ ଫେରିବା ପରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଆପାର୍ଟମେଣ୍ଟ ଓ ଆଖପାଖ ଅଞ୍ଚଳର ସିସିଟିଭି କ୍ୟାମେରାର ଦୃଶ୍ୟ ଯାଞ୍ଚ କରାଯାଉଛି। ଘଟଣା ସମୟରେ କ’ଣ ଘଟିଥିଲା, ସେନେଇ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରାଚୀଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ତଦନ୍ତ ଶେଷ ହେବା ପରେ ସ୍ପଷ୍ଟ ହେବ। ବର୍ତ୍ତମାନ ପୁଲିସ ଘଟଣାକୁ ନେଇ ମିଳୁଥିବା ତଥ୍ୟ ଓ ପ୍ରମାଣ ଯାଞ୍ଚ କରୁଛି।

