Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Vrindavan Premanand Maharaj: ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ସନ୍ଦେହଜନକ ମୃତ୍ୟୁ, ଚତୁର୍ଥ ମହଲାରୁ ପଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଉତ୍ତରପ୍ରଦେଶ: ମଥୁରାର ବୃନ୍ଦାବନରେ ସନ୍ତ ପ୍ରେମାନନ୍ଦ ମହାରାଜଙ୍କ ସହ ଜଡ଼ିତ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପୁଲିସ ଅନୁସାରେ, ଗୁରୁ କୃପା କୁଞ୍ଜ ପରିସରର ଚତୁର୍ଥ ମହଲାରୁ ପଡ଼ି ସେ ଗୁରୁତର ଆହତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା।

ମୃତକଙ୍କ ପରିଚୟ ମଧ୍ୟପ୍ରଦେଶର ଜବଲପୁର ନିବାସୀ ଦୀପକ ଲୋଧି ଭାବେ ଜଣାପଡ଼ିଛି। ଘଟଣା ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସାକ୍ଷ୍ୟ ସଂଗ୍ରହ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଚଳାଇଛି।

ପୁଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହୋଇପାରେ। ବର୍ତ୍ତମାନ ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ