Jhalawar Ganesh Visarjan: ଗଣେଶ ବିସର୍ଜନ ଶୋଭାଯାତ୍ରାରେ ଅଗ୍ନି କୌଶଳ ବେଳେ ଅଘଟଣ, ୪ ଆହତ
ରାଜସ୍ଥାନ: ରାଜସ୍ଥାନର ଝାଲାୱାରରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ଅଗ୍ନି କୌଶଳ ପ୍ରଦର୍ଶନ ବେଳେ ଅଘଟଣ ଘଟି ୪ ଜଣ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ମଙ୍ଗଳପୁରା ଛକରେ ପ୍ରାୟ ଅପରାହ୍ନ ୩ଟା ୩୦ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଅଘଟଣ ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣା ପରେ ଶୋଭାଯାତ୍ରା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହାପରେ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।
ଅଘଟଣରେ ଆହତ ହୋଇଥିବା ୪ ଜଣ ପ୍ରଦର୍ଶନକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଘଟଣା ପରେ ପୁଲିସ ସ୍ଥିତି ଉପରେ ନଜର ରଖିଥିଲା। ପରିସ୍ଥିତି ସ୍ୱାଭାବିକ ହେବା ପରେ ଶୋଭାଯାତ୍ରା ନିର୍ବିଘ୍ନରେ ଆଗକୁ ବଢ଼ିଥିଲା।

