Telangana Police Dance: ଗଣେଶ ବିସର୍ଜନ ଶୋଭାଯାତ୍ରାରେ ପୁଲିସକର୍ମୀଙ୍କ ଡ୍ୟାନ୍ସ, ସୋସିଆଲ ମିଡିଆରେ ଭିଡିଓ ଚର୍ଚ୍ଚାରେ
ହାଇଦ୍ରାବାଦ: ହାଇଦ୍ରାବାଦର ଟ୍ୟାଙ୍କ ବଣ୍ଡରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ତେଲଙ୍ଗାନା ପୁଲିସକର୍ମୀମାନେ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ। ଡ୍ୟୁଟିରେ ଥିବା କିଛି ପୁଲିସ ଅଧିକାରୀ ଉତ୍ସବର ମାହୋଲରେ ନାଚୁଥିବା ଦେଖିବାକୁ ମିଳିଥିଲା। ଗଣେଶ ବିସର୍ଜନ ପାଇଁ ଟ୍ୟାଙ୍କ ବଣ୍ଡରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା।
ଏହି ସମୟରେ ପୁଲିସକର୍ମୀମାନେ ମଧ୍ୟ ଉତ୍ସବର ଖୁସିରେ ସାମିଲ ହୋଇ ନୃତ୍ୟ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଶୋଭାଯାତ୍ରା ସମୟରେ ଆଇନଶୃଙ୍ଖଳା ରକ୍ଷା ସହ ଉତ୍ସବରେ ସେମାନଙ୍କ ଅଂଶଗ୍ରହଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଦୃଶ୍ୟଗୁଡ଼ିକ ପରେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି।
ଗଣେଶ ବିସର୍ଜନ ଶୋଭାଯାତ୍ରାରେ ପୁଲିସକର୍ମୀଙ୍କ ଏଭଳି ଅଂଶଗ୍ରହଣର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଲୋକଙ୍କ ନଜରକୁ ଆସିଛି। ଲୋକେ ଖୁବ ପ୍ରସଂଶା ମଧ୍ୟ କରିଛନ୍ତି |

