Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ganesh Visarjan Accident: ଗଣେଶ ବିସର୍ଜନ ବେଳେ ଫ୍ଲାଇଓଭରରୁ ନଦୀକୁ ଖସିଲେ ଯୁବକ, ବର୍ତ୍ତିଲା ବଡ଼ ଅଘଟଣ

ତେଲେଙ୍ଗାନା: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲା ଶଙ୍କରପଲ୍ଲୀ ମଣ୍ଡଳରେ ଗଣେଶ ବିସର୍ଜନ ସମୟରେ ଏକ ଅଘଟଣ ଘଟିଛି। ଫତେହପୁର ମୁସି ଫ୍ଲାଇଓଭରରୁ ଜଣେ ଯୁବକ ଗଣେଶ ମୂର୍ତ୍ତି ସହ ତଳେ ନଦୀକୁ ଖସିପଡ଼ିଥିଲେ। ଘଟଣା ପରେ ସେଠାରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ତେବେ ଭାଗ୍ୟବଶତଃ ଯୁବକ ଜଣକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଗଣେଶ ବିସର୍ଜନ ସମୟରେ ଘଟିଥିବା ଏହି ଘଟଣାରେ ବଡ଼ ଅଘଟଣ ଟଳିଯାଇଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories