Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ex-Kerala Chief Secretaryଙ୍କ ବଡ଼ ଦାବି: 2019ରେ BJP Ticket ପାଇଁ Gyanesh Kumar ଦେଇଥିଲେ ପ୍ରସ୍ତାବ

କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିଜି ଥମ୍ସନ୍‌ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ଥମ୍ସନ୍‌ଙ୍କ କହିବା ଅନୁଯାୟୀ, ୨୦୧୬ରେ ଦିଲ୍ଲୀ ଯାଉଥିବା ଏକ ବିମାନରେ ତତ୍କାଳୀନ IAS ଅଧିକାରୀ ଜ୍ଞାନେଶ କୁମାର ତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ପଥନମଥିଟ୍ଟା ଆସନରୁ ନିର୍ବାଚନ ଲଢ଼ିବାକୁ ପଚାରିଥିଲେ। ଜ୍ଞାନେଶ କୁମାର ତାଙ୍କୁ ଏଥିପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ ବୋଲି ଥମ୍ସନ୍‌ ଏକ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି।

ଥମ୍ସନ୍‌ଙ୍କ ଦାବି ଅନୁସାରେ, ସେହି ସମୟରେ ସେ କେରଳର ମୁଖ୍ୟ ଶାସନ ସଚିବ ଥିବାବେଳେ ଜ୍ଞାନେଶ କୁମାର କେରଳ କ୍ୟାଡରର IAS ଅଧିକାରୀ ଥିଲେ। ଥମ୍ସନ୍‌ ଏହି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିଥିବା କହିଛନ୍ତି। ସେ ଆହୁରି ଦାବି କରିଛନ୍ତି ଯେ, ତାଙ୍କ କ୍ୟାରିୟରର ପୂର୍ବ ଦିନରେ କିଛି ଲୋକ ତାଙ୍କୁ ରାଜନୀତିରେ ଯୋଗଦେବାକୁ କହିଥିବା ଘଟଣା ବିଷୟରେ ଜାଣିବା ପରେ ଜ୍ଞାନେଶ କୁମାର ମଧ୍ୟ ତାଙ୍କୁ ରାଜନୀତିରେ ଆସିବାକୁ ଉତ୍ସାହିତ କରିଥିଲେ।

ଏହି ଦାବି ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ Special Intensive Revision (SIR) ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନ ଓ ଜ୍ଞାନେଶ କୁମାରଙ୍କୁ ନେଇ ରାଜନୈତିକ ବିବାଦ ଚାଲିଛି। ତେବେ ଥମ୍ସନ୍‌ଙ୍କ ଏହି ଦାବି ଉପରେ ଜ୍ଞାନେଶ କୁମାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିଥିବା ସୂଚନା ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ