Train Ticket Checking: ରେଳ ଯାତ୍ରୀଙ୍କ ବଡ ଖବର! ଅକ୍ଟୋବର ୧ରୁ ଯାଞ୍ଚ ହେବ କଡ଼ା କଡ଼ି, ଯାତ୍ରୀଙ୍କ ପାଇଁ Original ID ଜରୁରୀ
ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ରେଳ ଯାତ୍ରୀଙ୍କ ପାଇଁ ଟିକେଟ୍ ଯାଞ୍ଚ ଆହୁରି କଡ଼ା ହେବାକୁ ଯାଉଛି। ସେଣ୍ଟ୍ରାଲ ରେଲୱେ ପକ୍ଷରୁ ୨୦୨୬ ଅକ୍ଟୋବର ୧ରୁ ୩୧ ପର୍ଯ୍ୟନ୍ତ ଏକ ମାସ ଧରି ବିଶେଷ ଟିକେଟ୍ ଯାଞ୍ଚ ଅଭିଯାନ ଚାଲିବ। ଏହି ଅଭିଯାନରେ କନସେସନ୍ ଟିକେଟ୍, ରିଜର୍ଭ୍ଡ କୋଟା ଟିକେଟ୍ ଏବଂ ବିଭିନ୍ନ ପ୍ରକାର ରେଲୱେ ପାସ୍ର ଯାଞ୍ଚ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ସେୟାର୍ଡ ଟିକେଟ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଯାତ୍ରା ସମୟରେ ବୈଧ ପରିଚୟପତ୍ର ସାଙ୍ଗରେ ରଖିବାକୁ ପଡ଼ିବ। ସେହିପରି E-Pass କିମ୍ବା PTO ମାଧ୍ୟମରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ Original ID ସହ ଠିକ୍ ଭାବେ କନଭର୍ଟ କରାଯାଇଥିବା Travel Authority ରଖିବା ଆବଶ୍ୟକ। ଯାଞ୍ଚ ସମୟରେ ଆବଶ୍ୟକ ଦସ୍ତାବିଜ ଦେଖାଇବାରେ ବିଫଳ ହେଲେ ଯାତ୍ରୀଙ୍କୁ ଟିକେଟ୍ବିହୀନ ଯାତ୍ରୀ ଭାବେ ଗଣନା କରାଯାଇ ଜରିମାନା ଲାଗିପାରେ।
ରେଳୱେ ପକ୍ଷରୁ ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟିକେଟ୍ ଏବଂ ଆବଶ୍ୟକ ପରିଚୟପତ୍ର ଯାଞ୍ଚ କରି ନେବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି E-Pass, PTO, କନସେସନ୍ କିମ୍ବା ସେୟାର୍ଡ ଟିକେଟ୍ରେ ଯାତ୍ରା କରୁଥିଲେ ନିୟମ ଅନୁସାରେ ସମସ୍ତ ଦସ୍ତାବିଜ ସାଙ୍ଗରେ ରଖିବା ଜରୁରୀ। ଅକ୍ଟୋବର ୧ରୁ ଆରମ୍ଭ ହେଉଥିବା ଏହି ଅଭିଯାନ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ।

