Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

US-China: ଚୀନ୍‌କୁ ଆମେରିକୀୟ ଅସ୍ତ୍ର ବିକ୍ରି ପ୍ରସଙ୍ଗରେ ନୂଆ ଟ୍ୱିଷ୍ଟ, ଟ୍ରମ୍ପ କହିଲେ- ଆଲୋଚନା ହୋଇନି

ନୂଆଦିଲ୍ଲୀ: ଚୀନ୍‌କୁ ଆମେରିକୀୟ ଅସ୍ତ୍ର ଯୋଗାଣ ନେଇ ଆମେରିକାର ଚୀନ୍‌ସ୍ଥିତ ରାଷ୍ଟ୍ରଦୂତ ଡେଭିଡ୍ ପର୍ଡ୍ୟୁଙ୍କ ଦାବିକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖଣ୍ଡନ କରିଛନ୍ତି। ପର୍ଡ୍ୟୁଙ୍କ ଦାବି ଅନୁସାରେ, ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଚୀନ୍ ଆମେରିକାଠାରୁ ଅସ୍ତ୍ର କିଣିବାକୁ ଚାହୁଁଛି କି ନାହିଁ ବୋଲି ପଚାରିଥିଲେ। କିନ୍ତୁ ଓଭାଲ ଅଫିସ୍‌ରେ ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି ଯେ, ଏଭଳି କୌଣସି କଥା ସେ ଶୁଣିନାହାନ୍ତି। ଏହା ସହ ଜିନପିଙ୍ଗଙ୍କ ସହ ଏନେଇ କୌଣସି ଆଲୋଚନା ହୋଇନଥିବା ମଧ୍ୟ ସେ କହିଛନ୍ତି।

ଟ୍ରମ୍ପଙ୍କ କହିବା ଅନୁସାରେ, ରାଷ୍ଟ୍ରଦୂତ ପର୍ଡ୍ୟୁ ଚୀନ୍‌ ବଦଳରେ ତାଇୱାନ ସମ୍ପର୍କିତ ଅସ୍ତ୍ର ପ୍ରସଙ୍ଗକୁ ଭୁଲ ଭାବେ ବୁଝିଥାଇପାରନ୍ତି। ଅନ୍ୟପକ୍ଷରେ, ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଚୀନ୍‌କୁ ଆମେରିକୀୟ ଅସ୍ତ୍ର ଯୋଗାଣ ନେଇ କୌଣସି ପ୍ରସ୍ତାବ କିମ୍ବା ଯୋଜନା ନଥିବା ସ୍ପଷ୍ଟ କରିଛି। ଏହି ଘଟଣା ପରେ ତାଇୱାନକୁ ଆମେରିକାର ଅସ୍ତ୍ର ଯୋଗାଣ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିଛି। ତାଇୱାନକୁ ଆମେରିକାର ସାମରିକ ସହାୟତାକୁ ଚୀନ୍ ଦୀର୍ଘଦିନ ଧରି ବିରୋଧ କରିଆସୁଛି।

ତେବେ ତାଇୱାନ ଓ ଆମେରିକା ମଧ୍ୟରେ ଅସ୍ତ୍ର ଯୋଗାଣ ସମ୍ପର୍କିତ ଆଲୋଚନା ଜାରି ରହିଥିବା ତାଇୱାନ ପକ୍ଷରୁ କୁହାଯାଇଛି। ଆମେରିକାର ନୀତିରେ କୌଣସି ପରିବର୍ତ୍ତନର ସଙ୍କେତ ମିଳିନଥିବା ମଧ୍ୟ ତାଇୱାନ କହିଛି। ଫଳରେ ଚୀନ୍‌କୁ ଆମେରିକୀୟ ଅସ୍ତ୍ର ଯୋଗାଣ ନେଇ ରାଷ୍ଟ୍ରଦୂତଙ୍କ ଦାବି ଏବଂ ଟ୍ରମ୍ପଙ୍କ ଖଣ୍ଡନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories