Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha strike Today: ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ଧର୍ମଘଟ

ଭୁବନେଶ୍ୱର: ଆଜି ସାରା ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସ୍କୁଲ୍‌ ପାଠ୍ୟପୁସ୍ତକରେ ତ୍ରୁଟି ଥିବା ଅଭିଯୋଗ ସହ ଏହି ପୁସ୍ତକ ପ୍ରତ୍ୟାହାର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ସଂଗଠନଗୁଡ଼ିକ ଆନ୍ଦୋଳନ କରୁଛନ୍ତି।

ବନ୍ଦକୁ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକ ସମର୍ଥନ କରିଥିବା ଗୃହ ବିଭାଗର ସୂଚନାରେ ଉଲ୍ଲେଖ ରହିଛି। ବନ୍ଦ ସମୟରେ ରାସ୍ତାରୋକ, ଯାନବାହନ ଚଳାଚଳରେ ବାଧା, ଟାୟାର ଜାଳିବା ଓ ଟ୍ରାଫିକ୍‌ ସମସ୍ୟା ଭଳି ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ସତର୍କ ରହିବା ସହ ଆବଶ୍ୟକ ପ୍ରତିଷେଧକ ଓ ସୁରକ୍ଷାମୂଳକ ପଦକ୍ଷେପ ନେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି।

ସେହିପରି, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟ ସ୍ୱାଭାବିକ ରଖିବା ସହ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା ଓ ଔଷଧ ଦୋକାନ ଭଳି ଜରୁରୀ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରଶାସନକୁ ନଜର ରଖିବାକୁ କୁହାଯାଇଛି। ତେଣୁ ବନ୍ଦ ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟାତ ଓ ସାଧାରଣ କାର୍ଯ୍ୟକଳାପ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ