Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

EV Showroom Fire: ବାଲେଶ୍ୱର ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୮ଟି EV ଗାଡ଼ି

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟାରେ ଥିବା ଏକ EV ସୋ’ରୁମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋ’ରୁମ୍ ଖୋଲିବା ପୂର୍ବରୁ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ସୋ’ରୁମ୍‌ର ପ୍ରଥମ ମହଲାରେ ଥିବା ୮ଟି EV ଗାଡ଼ ସହ ଅନେକ ଦାମି ଗାଡ଼ି ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

ସକାଳୁ ସୋ’ରୁମ୍‌ରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ କିମ୍ବା ଅନ୍ୟ କୌଣସି କାରଣରୁ ନିଆଁ ଲାଗିଛି କି ନାହିଁ, ତାହା ଯାଞ୍ଚ କରାଯାଉଛି।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି। ସୋ’ରୁମ୍ ଖୋଲିବା ପୂର୍ବରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories