Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

WhatsApp Business: ଅକ୍ଟୋବର ୧ରୁ ବଦଳୁଛି ହ୍ୱାଟ୍ସଆପ୍‌ ନିୟମ, ସାଧାରଣ ୟୁଜରଙ୍କୁ ନୁହେଁ ଏହି ମେସେଜ୍ ପାଇଁ ଲାଗିବ ଶୁଳ୍କ!

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌କୁ ନେଇ ଅକ୍ଟୋବର ୧ରୁ ବଡ଼ ପରିବର୍ତ୍ତନର ଖବର ସାମ୍ନାକୁ ଆସିଛି। ତେବେ ଏହି ନୂଆ ନିୟମ ସିଧାସଳଖ ସାଧାରଣ WhatsApp ୟୁଜରଙ୍କ ମେସେଜିଂକୁ ପ୍ରଭାବିତ କରିବ ନାହିଁ। ପରିବର୍ତ୍ତନଟି ମୁଖ୍ୟତଃ WhatsApp Business Platform ବ୍ୟବହାର କରୁଥିବା କମ୍ପାନି ଓ ବ୍ୟବସାୟିକ ସଂସ୍ଥା ପାଇଁ ଲାଗୁ ହେବ। ଏହି ପ୍ଲାଟଫର୍ମ ଜରିଆରେ ଗ୍ରାହକଙ୍କୁ ସପୋର୍ଟ, ଅର୍ଡର ଅପଡେଟ୍‌, ଡେଲିଭରି ସୂଚନା, ବୁକିଂ ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ମେସେଜ୍ ପଠାଯାଇଥାଏ। ଏବେ ପ୍ରଶ୍ନ ହେଉଛି—କେଉଁ ମେସେଜ୍ ପାଇଁ କମ୍ପାନିକୁ ଦେବାକୁ ପଡ଼ିବ ପଇସା?

ବର୍ତ୍ତମାନ ବ୍ୟବସ୍ଥାରେ ଗ୍ରାହକ ଜଣେ ବ୍ୟବସାୟକୁ ମେସେଜ୍ କଲେ ୨୪ ଘଣ୍ଟିଆ customer service window ଖୋଲିଥାଏ। ଏହି ସମୟ ମଧ୍ୟରେ କିଛି ପ୍ରକାରର service reply ମେସେଜ୍ ପାଇଁ ଅଲଗା messaging fee ଲାଗୁନଥିଲା। କିନ୍ତୁ ଅକ୍ଟୋବର ୧, ୨୦୨୬ରୁ ଏଥିରେ ପରିବର୍ତ୍ତନ ଆସିବ। ପ୍ରତ୍ୟେକ WhatsApp Business phone number ପାଇଁ ମାସକୁ ୧,୦୦୦ଟି service message ମାଗଣା ରହିବ ଏବଂ ଏହି ସୀମା ଶେଷ ହେବା ପରେ ଅତିରିକ୍ତ service message ପାଇଁ ଲାଗୁଥିବା ଦର ଅନୁସାରେ ଶୁଳ୍କ ଦେବାକୁ ପଡ଼ିବ। ଏହାସହ ୨୪ ଘଣ୍ଟିଆ customer service window ମଧ୍ୟରେ ପଠାଯାଉଥିବା utility message ମଧ୍ୟ chargeable ହେବ।

ତେବେ ସବୁଠାରୁ ବଡ଼ ସ୍ପଷ୍ଟୀକରଣ ହେଉଛି—ସାଧାରଣ WhatsApp ୟୁଜରଙ୍କ ପାଇଁ ଆଶ୍ବସ୍ତି | ୟୁଜରଙ୍କୁ ମେସେଜିଂ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ପରିବର୍ତ୍ତନଟି WhatsApp Business Platformର ବ୍ୟବସାୟିକ messaging pricing ସହ ଜଡ଼ିତ। ଅର୍ଥାତ୍‌, ବନ୍ଧୁ କିମ୍ବା ପରିବାରକୁ ସାଧାରଣ WhatsAppରେ ମେସେଜ୍ କରୁଥିବା ୟୁଜରଙ୍କ ପାଇଁ ଏହି ନୂଆ charge ନୁହେଁ; ଅସଲି ପରିବର୍ତ୍ତନ ହେଉଛି ବ୍ୟବସାୟଗୁଡ଼ିକ ଗ୍ରାହକଙ୍କ ସହ WhatsAppରେ କିପରି ଓ କେତେ ମେସେଜ୍ କରିପାରିବେ, ତାହାର pricing modelରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ