Indian Pilot Hero: 34,000 ଫୁଟ୍ ଉଚ୍ଚରେ ବିମାନ ବଞ୍ଚାଇଲେ ଭାରତୀୟ ପାଇଲଟ୍, ୧୭୪ ଯାତ୍ରୀ ସୁରକ୍ଷିତ
ନୂଆଦିଲ୍ଲୀ: ଆକାଶରେ ପ୍ରାୟ ୩୪ ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିଲା ଏକ ଯାତ୍ରୀବାହୀ ବିମାନ। ହଠାତ୍ କକପିଟ୍ ଭିତରେ ସୃଷ୍ଟି ହେଲା ଅସାଧାରଣ ପରିସ୍ଥିତି। Dubaiରୁ Tel Aviv ଯାଉଥିବା flydubaiର Flight FZ1073ରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ଓ ତାଙ୍କ କୋ-ପାଇଲଟ୍ଙ୍କ ମଧ୍ୟରେ ଗୁରୁତର ଘଟଣା ଘଟିଥିବା ରିପୋର୍ଟ ହୋଇଛି। ଇସ୍ରାଏଲୀ ଅଧିକାରୀଙ୍କ ସୂଚନା ଅନୁସାରେ, କୋ-ପାଇଲଟ୍ କ୍ୟାପ୍ଟେନ୍ ମଚ୍ଛାରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିମାନ ହଠାତ୍ ଦ୍ରୁତ ଗତିରେ ଉଚ୍ଚତା ହରାଇଥିଲା।
ଗୁରୁତର ଆହତ ହେବା ସତ୍ତ୍ୱେ କ୍ୟାପ୍ଟେନ୍ ମଚ୍ଛାର ପରିସ୍ଥିତି ସମ୍ଭାଳିବାରେ ଭୂମିକା ନେଇଥିଲେ। ରିପୋର୍ଟ ଅନୁସାରେ, ସେ କକପିଟ୍ ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ, ଯାହା ପରେ କ୍ୟାବିନ୍ କ୍ରୁ, ଯାତ୍ରୀ ଏବଂ ବିମାନରେ ଥିବା ଅନ୍ୟ ପାଇଲଟ୍ମାନେ ହସ୍ତକ୍ଷେପ କରିଥିଲେ। ବିମାନଟି ଶେଷରେ Saudi Arabiaର Tabukରେ ଜରୁରୀ ଅବତରଣ କରିଥିଲା। Flight FZ1073ରେ ୧୭୪ ଜଣ ଯାତ୍ରୀ ଥିବା ରିପୋର୍ଟ ହୋଇଛି ଏବଂ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛାରଙ୍କ ନାମ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଛି। ମୁମ୍ବାଇର ମଚ୍ଛାର ୨୦୨୨ ଜୁନ୍ରୁ flydubaiରେ କ୍ୟାପ୍ଟେନ୍ ଭାବେ ସେ କାର୍ଯ୍ୟରତ। ଏହା ପୂର୍ବରୁ ସେ ପ୍ରାୟ ୧୧ ବର୍ଷ SpiceJetରେ କାମ କରିଥିଲେ। ତାଙ୍କ ପେଶାଗତ ପ୍ରୋଫାଇଲ୍ ଅନୁସାରେ, Boeing 737 ବିମାନରେ ତାଙ୍କର ପ୍ରାୟ ୯,୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି ଏବଂ SpiceJetରେ ସେ Senior Commander ଓ Line Training Captain ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଅନ୍ୟପଟେ ଘଟଣାର ସମ୍ପୂର୍ଣ୍ଣ କାରଣ ନେଇ ତଦନ୍ତ ଜାରି ରହିଛି।

