Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Zimbabwe Helicopter Crash: ଉଡ଼ାଣ ବେଳେ ହେଲିକପ୍ଟରରେ ଲାଗିଲା ନିଆଁ, ବ୍ୟବସାୟୀ ଓ ପତ୍ନୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଜିମ୍ବାୱେରେ ଏକ ହେଲିକପ୍ଟର ଦୁର୍ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବୁଧବାର ହାରାରେର ଦକ୍ଷିଣ-ପୂର୍ବରେ ଥିବା ମାରୋଣ୍ଡେରା ଜିଲ୍ଲାରେ ୬ ଜଣଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା। ଘଟଣାରେ କେହି ବଞ୍ଚିଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ଅଧିକାରୀମାନେ କହିଛନ୍ତି।

ଜିମ୍ବାୱେର ରାଷ୍ଟ୍ରାୟତ୍ତ ପ୍ରସାରଣ ସଂସ୍ଥା ZBC News, ଏକ ପରିବାର ସୂତ୍ରକୁ ଉଦ୍ଧୃତ କରି ଦାବି କରିଛି ଯେ ଦେଶର ଚର୍ଚ୍ଚିତ ବ୍ୟବସାୟୀ ୪୩ ବର୍ଷୀୟ ୱିକନେଲ୍ ଚିଭାୟୋ ଓ ତାଙ୍କ ପତ୍ନୀ ଲୁସି ମୁଟେକେ ମଧ୍ୟ ହେଲିକପ୍ଟରରେ ଥିଲେ। ହେଲିକପ୍ଟରରେ ମୋଟ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ହେଲିକପ୍ଟରଟି ଜଳିଯାଇଥିଲା। ଏବେ ଉଦ୍ଧାରକାରୀ ଦଳ ଓ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଜାଣିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ତଦନ୍ତ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories