SIR Controversy: ଭୋଟର ତାଲିକାରେ ନାଁ ଯାଞ୍ଚ ପ୍ରକ୍ରିୟାକୁ ନେଇ ବିବାଦ, ECI କହିଲା—‘ସବୁ ନିଷ୍ପତ୍ତି ହୋଇଛି ଏକମତରେ’
ନୂଆଦିଲ୍ଲୀ: ନିର୍ବାଚନ କମିଶନରେ ମତଭେଦ ଓ Special Intensive Revision (SIR)କୁ ନେଇ ବିବାଦ ମଧ୍ୟରେ ECI ସୂତ୍ରରୁ ବଡ଼ ସ୍ପଷ୍ଟୀକରଣ ଆସିଛି। ସୂତ୍ର ଅନୁସାରେ, ୧୯ ଫେବ୍ରୁଆରୀ ୨୦୨୫ ପରଠାରୁ ତିନିଜଣିଆ ନିର୍ବାଚନ କମିଶନ ନେଇଥିବା କୌଣସି ଅନ୍ତିମ ନିଷ୍ପତ୍ତିରେ କୌଣସି କମିଶନର ଔପଚାରିକ ଭାବେ ଭିନ୍ନମତ ଦେଇନାହାନ୍ତି। ECI କହିଛି, ଆଲୋଚନା ସମୟରେ ଭିନ୍ନ ମତ, ପ୍ରଶ୍ନ କିମ୍ବା ଟିପ୍ପଣୀ ରହିବା ସାଧାରଣ ପ୍ରକ୍ରିୟା, କିନ୍ତୁ ଅନ୍ତିମ ଆଦେଶ ସର୍ବସମ୍ମତିରେ ହୋଇଛି।
ଏହି ସ୍ପଷ୍ଟୀକରଣ ଏପରି ସମୟରେ ଆସିଛି, ଯେତେବେଳେ Indian Expressର ଏକ ରିପୋର୍ଟରେ କୁହାଯାଇଥିଲା ଯେ, Election Commissioners ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ୧୦ ମାସ ମଧ୍ୟରେ ୧୪ ଥର ବିଭିନ୍ନ ନିଷ୍ପତ୍ତି ଓ ପ୍ରକ୍ରିୟାକୁ ନେଇ ଆପତ୍ତି ରେକର୍ଡ କରିଥିଲେ। ଏଥିରେ SIR, Form 6ର ପରିବର୍ତ୍ତନ, ଭୋଟର ତାଲିକାରୁ ନାଁ ହଟାଇବା ଏବଂ ECINet ଡାଟାବେସ୍ ସମ୍ପର୍କିତ ପ୍ରସଙ୍ଗ ଥିବା ରିପୋର୍ଟ ହୋଇଥିଲା। ତେବେ ECIର କହିବା କଥା, ଏଗୁଡ଼ିକ ଆଭ୍ୟନ୍ତରୀଣ ବିଚାରବିମର୍ଶର ଅଂଶ ଏବଂ ଅନ୍ତିମ ନିଷ୍ପତ୍ତିରେ ଭିନ୍ନମତ ରହିନଥିଲା।
SIRକୁ ନେଇ ECI କହିଛି ଯେ, ଏହା ଏକ ଆଇନସମ୍ମତ ଓ ପୂର୍ବରୁ ଚାଲିଆସୁଥିବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଏହାର ଉଦ୍ଦେଶ୍ୟ ମୃତ, ଡୁପ୍ଲିକେଟ୍, ଭୁଲ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାଁ ଚିହ୍ନଟ କରିବା ସହ ଯୋଗ୍ୟ ଭୋଟରଙ୍କ ନାଁ ତାଲିକାରେ ରଖିବା ବୋଲି କମିଶନ କହିଛି। Form 6ରେ କୌଣସି ପରିବର୍ତ୍ତନ ହୋଇନଥିବା ମଧ୍ୟ ସୂତ୍ର କହିଛି। ଭୋଟରଙ୍କ ନାଁ ଯୋଡ଼ିବା କିମ୍ବା ହଟାଇବା କାର୍ଯ୍ୟ Chief Election Commissioner ବ୍ୟକ୍ତିଗତ ଭାବେ କରନ୍ତି ନାହିଁ, ବରଂ ERO ଓ AERO ସ୍ତରରେ ଏହା କରାଯାଏ ବୋଲି ECI ସ୍ପଷ୍ଟ କରିଛି।

