Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Bhopal Crime: ଘର ଭିତରୁ ମିଳିଲା ଅବସରପ୍ରାପ୍ତ IASଙ୍କ ଗଳାକଟା ମୃତଦେହ, କେୟାରଟେକର ନିଖୋଜ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ଅବସରପ୍ରାପ୍ତ IAS ଅଧିକାରୀ ରାକେଶ ଅଗ୍ରୱାଲଙ୍କ ମୃତଦେହ ତାଙ୍କ ଘର ଭିତରୁ ମିଳିଛି। ସୁରଜ ନଗରସ୍ଥିତ ଘରର ବେଡ୍‌ରୁମ୍‌ରୁ ବୁଧବାର ସକାଳୁ ତାଙ୍କ ଗଳା କଟା ମୃତଦେହ ମିଳିଥିଲା। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ରାତି ୨ଟାରୁ ୩ଟା ମଧ୍ୟରେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଫୋରେନସିକ୍ ଟିମ୍‌ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି।

ଘଟଣା ପରେ ଘରେ ନିଯୁକ୍ତ ଥିବା ନୂଆ କେୟାରଟେକର ବରୁଣ କୁମାର ନିଖୋଜ ଥିବାରୁ ପୁଲିସର ସନ୍ଦେହ ତାଙ୍କ ଉପରେ ଯାଇଛି। ତାଙ୍କୁ ଘଟଣାର ମାତ୍ର ଦୁଇରୁ ତିନି ଦିନ ପୂର୍ବରୁ ଏକ ଏଜେନ୍ସି ମାଧ୍ୟମରେ ୨୪ ଘଣ୍ଟିଆ କେୟାରଟେକର ଓ ମେଲ୍ ନର୍ସ ଭାବେ ନିଯୁକ୍ତ କରାଯାଇଥିଲା। ଘଟଣା ପରଠାରୁ ସେ ନିଖୋଜ ଥିବାରୁ ପୁଲିସ ତାଙ୍କୁ ଖୋଜୁଛି। ତେବେ ହତ୍ୟାରେ ତାଙ୍କ ଭୂମିକା ଅଛିକି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

ପୁଲିସ ଅନୁସାରେ, ରାକେଶ ଅଗ୍ରୱାଲଙ୍କ ପତ୍ନୀ ପ୍ରାୟ ଭୋର ୪ଟାରେ ଉଠି ନିଜ ଘରର ଦ୍ୱାର ବାହାରୁ ବନ୍ଦ ଥିବା ଦେଖିଥିଲେ। ପରେ ଅନ୍ୟ ଜଣେ କର୍ମଚାରୀଙ୍କ ସହାୟତାରେ ବାହାରକୁ ଆସି ସ୍ୱାମୀଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ମୃତଦେହ ଦେଖିଥିଲେ। ଏବେ ପୁଲିସ CCTV ଫୁଟେଜ୍‌, ଫୋରେନସିକ୍ ପ୍ରମାଣ ଓ କେୟାରଟେକରଙ୍କ ଗତିବିଧି ଯାଞ୍ଚ କରି ଘଟଣାର ପୂରା କ୍ରମ ଜାଣିବାକୁ ଚେଷ୍ଟା କରୁଛି। ହତ୍ୟାର କାରଣ ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories