Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Train Accident Averted: ଦୁଇ ଶିଶୁଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଞ୍ଚିଲା ମା’ଙ୍କ ଜୀବନ, ଷ୍ଟେସନ ମାଷ୍ଟରଙ୍କ ତତ୍ପରତାରେ ଟଳିଲା ବଡ଼ ଦୁର୍ଘଟଣା

ରାୟପୁର: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ଉରକୁରା ଷ୍ଟେସନରେ ଜଣେ ମହିଳା ଟ୍ରେନ୍‌ ଚକା ତଳକୁ ଆସିବା ପୂର୍ବରୁ ତାଙ୍କ ଜୀବନ ରକ୍ଷା ପାଇଛି। ମହିଳା ଜଣକ ତାଙ୍କ ଦୁଇ ଶିଶୁଙ୍କ ସହ ଷ୍ଟେସନରେ ପହଞ୍ଚିଥିଲେ। ଏହି ସମୟରେ ଘଟଣା ନେଇ ଶିଶୁମାନେ ଷ୍ଟେସନ ମାଷ୍ଟର ଆନନ୍ଦ ଉପାଧ୍ୟାୟଙ୍କୁ ସୂଚନା ଦେଇଥିଲେ।

ସୂଚନା ପାଇବା ପରେ ଷ୍ଟେସନ ମାଷ୍ଟର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳିଯାଇଥିଲା। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଷ୍ଟେସନର CCTV କ୍ୟାମେରାରେ ରେକର୍ଡ ହୋଇଥିବା ଜଣାପଡ଼ିଛି।

ଶିଶୁମାନଙ୍କ ସତର୍କତା ଏବଂ ଷ୍ଟେସନ ମାଷ୍ଟରଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। ଘଟଣାର CCTV ଫୁଟେଜ୍‌ ସାମ୍ନାକୁ ଆସିବା ପରେ ଷ୍ଟେସନରେ ଘଟିଥିବା ଏହି ଘଟଣା ଚର୍ଚ୍ଚାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ