Lalbaugcha Raja Donation: ଲାଲବାଗଚା ରାଜା ପୂଜା ମଣ୍ଡପକୁ ମିଳିଛି ୬ କୋଟିରୁ ଅଧିକ ଦାନ! ନିଲାମ ହେବ ସୁନା-ରୁପା ଅଳଙ୍କାର
ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ମଣ୍ଡପରେ ଚଳିତ ବର୍ଷ ଭକ୍ତମାନେ ବିପୁଳ ପରିମାଣରେ ଦାନ କରିଛନ୍ତି। ମଣ୍ଡପ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଏଥର ମୋଟ ୬ କୋଟି ୧୧ ଲକ୍ଷ ୯୬ ହଜାର ୫୦୦ ଟଙ୍କା ଦାନ ମିଳିଛି। ନଗଦ ଟଙ୍କା ବ୍ୟତୀତ ଭକ୍ତମାନେ ସୁନା-ରୁପାର ଅଳଙ୍କାର ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଦାନ କରିଛନ୍ତି।
ଦାନରେ ମିଳିଥିବା ସୁନା ଓ ରୁପାର ଅଳଙ୍କାର ଏବଂ ଅନ୍ୟ ମୂଲ୍ୟବାନ ସାମଗ୍ରୀକୁ ଏବେ ନିଲାମ କରାଯାଉଛି। ନିଲାମରୁ ମିଳୁଥିବା ଅର୍ଥକୁ ମଣ୍ଡପର ନିର୍ଦ୍ଧାରିତ କାର୍ଯ୍ୟରେ ବ୍ୟବହାର କରାଯିବ। ଲାଲବାଗଚା ରାଜା ମୁମ୍ବାଇର ସବୁଠାରୁ ଲୋକପ୍ରିୟ ଗଣେଶ ପୂଜା ମଣ୍ଡପ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ପ୍ରତିବର୍ଷ ଏଠାରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ।
ଚଳିତ ବର୍ଷ ମଧ୍ୟ ଲାଲବାଗଚା ରାଜାଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ମୁମ୍ବାଇରେ ପହଞ୍ଚିଥିଲେ। ଭକ୍ତମାନଙ୍କ ଦାନରେ ସଂଗ୍ରହ ହୋଇଥିବା ଏହି ବିପୁଳ ଅର୍ଥ ଓ ମୂଲ୍ୟବାନ ସାମଗ୍ରୀ ଏବେ ଚର୍ଚ୍ଚାରେ ରହିଛି।

