Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ujjain Kidnapping News: ଘର ବାହାରୁ ୨୫ ସେକେଣ୍ଡରେ ଯୁବତୀଙ୍କୁ କାରରେ ନେଇଗଲେ, CCTV ପରେ ଭାଇରାଲ୍ ଭିଡିଓରେ ଆସିଲା ନୂଆ ମୋଡ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଉଜ୍ଜୟିନରେ ୧୯ ବର୍ଷୀୟ ଜଣେ ଯୁବତୀଙ୍କୁ ଘର ବାହାରୁ କାରରେ ନେଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲାଲବାଇ-ଫୁଲବାଇ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଭାଇରାଲ୍ ହୋଇଥିବା CCTV ଫୁଟେଜ୍‌ରେ ଦୁଇ ଯୁବକ ଏକ କଳା ରଙ୍ଗର ବିନା ନମ୍ବର ପ୍ଲେଟ୍‌ ଥିବା କାରରେ ଆସି ଯୁବତୀଙ୍କୁ ନେଇଯାଉଥିବା ଦେଖାଯାଇଛି। ପରିବାର ଲୋକ ଓ ଆଖପାଖର ଲୋକେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଫୁଟେଜ୍‌ରେ ଦେଖାଯାଇଛି।

ଘଟଣା ପରେ ପରିବାରର ଅଭିଯୋଗ ଆଧାରରେ ପୋଲିସ ଅପହରଣ ମାମଲା ରୁଜୁ କରି ଯୁବତୀଙ୍କ ସନ୍ଧାନ ଆରମ୍ଭ କରିଥିଲା। ପୋଲିସ ପ୍ରାଥମିକ ତଦନ୍ତରେ ଜଣେ ଯୁବକଙ୍କୁ ଚିହ୍ନଟ କରିଥିବା ରିପୋର୍ଟରେ କୁହାଯାଇଛି। କାର ଓ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ ସହ ଆଖପାଖ ଅଞ୍ଚଳର CCTV ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଉଛି।

ତେବେ ଏହି ଘଟଣାରେ ପରେ ଆସିଛି ଏକ ନୂଆ ମୋଡ଼। ଯୁବତୀ ଓ ଜଣେ ଯୁବକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ଦୁହେଁ ନିଜ ଇଚ୍ଛାରେ ଘରୁ ବାହାରିଥିବା ଏବଂ ବିବାହ କରିଥିବା ଦାବି କରୁଛନ୍ତି। ଯୁବତୀ ମଧ୍ୟ ତାଙ୍କୁ ଜୋରଜବରଦସ୍ତି ନେଇଯାଇନଥିବା କହିଛନ୍ତି। ତେବେ CCTV ଫୁଟେଜ୍‌ ଓ ଭାଇରାଲ୍ ଭିଡିଓରେ ଥିବା ଦୁଇଟି ଭିନ୍ନ ଦାବିକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଯୁବତୀ ମିଳିବା ପରେ ତାଙ୍କର ଆନୁଷ୍ଠାନିକ ବୟାନ ରେକର୍ଡ ହେଲେ ଘଟଣାର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ